ଗୌଡ଼ପଡାରେ ନାଟ୍ୟ ନିର୍ଦ୍ଦେଶକ ସଚିକାନ୍ତଙ୍କ  ସ୍ମୃତି ଉତ୍ସବ

 ମାହାଙ୍ଗା,୦୩/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ସଂସ୍କୃତିପ୍ରେମୀ ସଚ୍ଚିକାନ୍ତ ଦାସଙ୍କ ଷଷ୍ଠ ବାର୍ଷିକ ସ୍ମୃତି ଉତ୍ସବ ମାହାଙ୍ଗା ବ୍ଲକର ଗୌଡ଼ପଡା ଠାରେ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ, କଳା ଓ ସଂସ୍କୃତିର ମହାର୍ଘ୍ୟ ଭୂମେରେ ଜନ୍ମିତ ସଚ୍ଚିକାନ୍ତଙ୍କ କାଳଜୟୀ ସାଧନାର ପଟ୍ଟାନ୍ତର ନାହିଁ ।

ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ବିବେକାନନ୍ଦ ଦାସ, ସମ୍ମାନିତ ଅତିଥି ଭାବିବେ କବି ପ୍ରଫୁଲ୍ଲ କୁମାର ସିଂ,ଆତ୍ମାର ଅଧ୍ୟକ୍ଷ କିଶୋର ରାଉତ,ସମାଜସେବୀ ଶାରଦା ପ୍ରସନ୍ନ ମହାନ୍ତି, ଗୋ ସେବକ ବିଜୟ କେତନ ମହାନ୍ତି,ସାମ୍ବାଦିକ ଧନେଶ୍ୱର ସେଠୀ,କନିଷ୍ଠ କୃଷି ଅଧିକାରୀ ସାର୍ଥକ କୁମାର ପାଣି,ବ୍ଲକ କୃଷି ଅଧିକାରିଣୀ ଡକ୍ଟର ରୋଜାଲିନ,ସାମ୍ବାଦିକ ପ୍ରଶାନ୍ତ ମିଶ୍ର, ସାମ୍ବାଦିକ ଉମାକାନ୍ତ ଜେନା, ସାମ୍ବାଦିକ ଶ୍ୟାମସୁନ୍ଦର ପଲେଇ, ଏମ୍ସ ପବ୍ଲିକ ସ୍କୁଲ ସମ୍ପାଦିକା ଶୁଭଦର୍ଶିନୀ ମିଶ୍ର, ସତହ୍ରଦା ମହାପାତ୍ର, ଭବ୍ୟକାନ୍ତ ଦାସ,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 ସ୍ବର୍ଗତ ଦାସଙ୍କ ସ୍ମୁତିରେ ସାଂସଦ ବୈଜୟନ୍ତ ପଣ୍ଡା, ଶରତ କର ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର,ସମାଜସେବୀ ଜୟନ୍ତ କୁମାର ଦାସ,ଡକ୍ଟର ଅମରେନ୍ଦ୍ର ମହାନ୍ତି, ସମାଜସେବୀ ସତ୍ୟ ନାରାୟଣ ଦାସ, ଶିକ୍ଷାବିତ ଧନଞ୍ଜୟ ଦାସ, ତହସିଲଦାର ଶୁଭାଶିଷ ପାଲଟା ପ୍ରମୁଖ ନାଟୁଆ ସଚ୍ଚିକାନ୍ତ ଦାସଙ୍କ ବହୁମୁଖୀ ଜୀବନାଦର୍ଶ ଯୁବ ସମାଜ ପାଇଁ ଧେୟ ହେବାକୁ ପ୍ରେରିତ ଶୋକବର୍ତ୍ତାରେ ଉଲ୍ଲେଖ କରିଥିଲେ ।

  ଏହି ଉତ୍ସବକୁ ସାମ୍ବାଦିକ ରବିନାରାୟଣ ଦାସ, ରାମଚନ୍ଦ୍ର ମାହାଳି, ବିଜୟ କୁମାର ଭୋଇ, ପ୍ରମୁଖ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *