ଜଗତସିଂହପୁର, ୦୩/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବନ୍ୟା କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ର ସବିଶେଷ ସମୀକ୍ଷା କରିଥିଲେ। 

ଜିଲ୍ଲାରେ ମହାନଦୀ ଓ ଦେବୀନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନ କୃଷି , ପ୍ରାଣୀ ଚିକିତ୍ସା,ଡ୍ରେନେଜ, ଇରିଗେସନ୍, ବିଦ୍ୟୁତ୍ ବିଭାଗ ପଦକ୍ଷେପ ର ସମୀକ୍ଷା କରିଥିଲେ। ଗୋଖାଦ୍ୟ ଯୋଗାଇବାକୁ ଗୁରୁତ୍ୱ ଦେଇ ଅବଶ୍ୟକ ସ୍ଥଳେ ଲୋକାଲ purchase ପାଇଁ ପରାମର୍ଶ ଦେଇଥିଲେ। 
ଜିଲ୍ଲା ରେ ଘଡ଼ଘଡ଼ି ଜନିତ କ୍ଷୟକ୍ଷତି କୁ ରୋକିବାପାଇଁ ତାଳଗଛ ଲଗାଇବା, ଜଳବାହିତ ରୋଗ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଜୀବାଣୁନାଶକ କାର୍ଯ୍ୟ, ପାନୀୟ ଜଳ ଉତ୍ସର ବିଶୋଧନ ଏବଂ ଜଳର ଗୁଣବତ୍ତା ପରୀକ୍ଷା ପାଇଁ RWSS କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରାବଣ ମାସର କାଉଡ଼ିଆ ଭକ୍ତ ମାନଙ୍କରେ ଜଳ ଉଠାଇବା ସମୟରେ ବ୍ୟାପକ ସତର୍କତା ସହ ସଚେତନତା ସୃଷ୍ଟି ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ରେ ଏବେବି ଅନେକ ପଞ୍ଚାୟତ ପାଣି ଘେରରେ ରହିଛି। ତେଣୁ ପାଣି ଛାଡ଼ିବା ପରେ ତୁରନ୍ତ ବିଭିନ୍ନ ଵିଭାଗ କ୍ଷୟକ୍ଷତି ର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଙ୍କୁ କହିଥିଲେ।
ଉପ ମୁଖ୍ୟମନ୍ତ୍ରୀ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀ ମାନଙ୍କ ସହ କଥାହୋଇ ଭାଗଚାଷୀ ମାନଙ୍କ କ୍ଷତିପୂରଣ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏ ବିଷୟରେ ସରକାରୀ ସ୍ତରରେ ଆଲୋଚନା ପରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏଥିପାଇଁ ସେ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଭାଗଚାଷୀ ଚିହ୍ନଟ ପାଇଁ କହିଥିଲେ।ଏଥିସହିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ short duration crop ପାଇଁ ଆବଶ୍ୟକୀୟ ବିହନ ନେଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।
ଡ୍ରେନେଜ୍ ଓ ଇରିଗେଶନ ବିଭାଗରେ ଯଥାଶୀଘ୍ର ଟେଣ୍ଡର ଆୱାର୍ଡ କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାସହ ଯେଉଁ ଏଜେନ୍ସୀ ମାନେ ଅସୁବିଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବ୍ଲାକ ଲିଷ୍ଟ କରିବାକୁ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଯୋଗୁ ବହୁ ଅଞ୍ଚଳରେ ଘଳିଆ ହୋଇ ଜଳମଗ୍ନ ସ୍ଥିତି ଉପୁଜିଥିବା ରୁ ଏହାର ତୁରନ୍ତ ମରାମତି, ଦଳ ନିଷ୍କାସନ, ଡ୍ରେନ୍ ସଫା ଆଦି ଉପରେ ଗୁରୁତ୍ଵ ଦେଇଥିଲେ।ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ତ୍ୱରିତ ପଦକ୍ଷେପ, ଉଦ୍ଧାର, ରିଲିଫ୍ ଯୋଗାଣ ସହିତ ସଫଳତା ପୂର୍ବକ ବନ୍ୟା ର ମୁକାବିଲା କରିଥିବାରୁ ସେ ପ୍ରଶାସନ କୁ ଧନ୍ୟବାଦ୍ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଅନେକ ବନ୍ଧ ର RL (reduced level) ଠିକ୍ ନଥିବାରୁ ଗାଁ ଗୁଡ଼ିକ ଜଳମଗ୍ନ ହୋଇଛି। ସାହାରଡିଆ ରେ କାଳିକୁଦ, ଚୌଧୁରିକୁଦ୍ଦ ଆଦି ଏହି କାରଣରୁ ଜଳମଗ୍ନ ହୋଇଛି। ତେଣୁ ଏହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ଙ୍କୁ କହିଥିଲେ।ସେହିପରି ରାହାମା ବଜାର ନିକଟରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ଉପଦେଶ ଦେଇଥିଲେ।
ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ବୈଠକ ରେ ଉପସ୍ଥିତ ରହି ଡେଙ୍ଗାପୋଲ ନିକଟରେ ୩୩କେଭି ଲାଇନ୍ କାର୍ଯ୍ୟକ୍ଷମ, ପାରାଦ୍ଵୀପ SE ଅଫିସ କୁ କଟକ ବଦଳରେ ପାରାଦ୍ଵୀପ ଠାରେ କାର୍ଯ୍ୟକାରୀ କରିବା, ଡ୍ରେନେଜ୍ ସିଷ୍ଟମ ପରିଷ୍କାର କରିବା , ଭାଙ୍ଗିଯାଇଥିବା ANM ସେଣ୍ଟର ମରାମତି ଉପରେ ଆଲୋକପାତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ସମସ୍ତ ବନ୍ୟା ତ୍ୱରିତ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ।
ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରି ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଡି ଏଫ୍ ଓ କଟକ, ଡି ଏଫ୍ ଓ ରାଜନଗର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ ତହସିଲଦାର, ଅଧୀକ୍ଷଣ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଅଧିକାରୀ ଅନିଶା ଦାସ କାର୍ଯ୍ୟସୂଚୀ ଅନୁଯାୟୀ ppt ମାଧ୍ୟମ ରେ ଜିଲ୍ଲା ର ବନ୍ୟା ପରିସ୍ଥିତି ସମାଧାନ ର ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ଓ ଦେଶରେ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିବା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଥମେ ତିର୍ତ୍ତୋଲ ବ୍ଲକ୍ ର କୋଷ୍ଠିମଲ୍ଲିକାପୁର ବ୍ଲକ୍ ର ଅତାମୂଳ ଓ କୁରାଢ଼ ଗ୍ରାମ ଏବଂ ପୋରୋଗ୍ଦେଇ ପଞ୍ଚାୟତ ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ପ୍ରଭାଵିତ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଭାଗଚାଷୀ କ୍ଷତିପୂରଣ ସମସ୍ୟା, ଡ୍ରେନେଜ୍ ସମସ୍ୟା, ଦୁର୍ବଳ ନଦୀବନ୍ଧ ସମସ୍ୟା ଆଦି ବିଷୟରେ ଅବଗତ ହୋଇଥିଲେ। ପୋରୋଗଦେଇ ପଞ୍ଚାୟତ ରେ ପରିବା ଚାଷ ଯଥା ଅମୃତଭଣ୍ଡା, କଖାରୁ, ବାଇଗଣ ଆଦି ବନ୍ୟା ଜଳ ରେ ନଷ୍ଟ ହୋଇଥିବାରୁ ଏହାର କ୍ଷୟକ୍ଷତି ଆକଳନ ପାଇଁ ଉଦ୍ୟାନ କୃଷି ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, CDO Cum EO, ବିଡ଼ିଓ ତହସିଲଦାର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ପରିଶେଷରେ ମିଳିତ ଉଦ୍ୟମରେ କାମକଲେ ସମସ୍ତ ପରିସ୍ଥିତି ର ସମାଧାନ ହୋଇପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମତ ଦେଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
