ପାଲଲହଡ଼ା, ୩୦/୧୦/୨୦୨୪ (ଓଡ଼ିଶା ସମାଚାର)- ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦରମହକୁମା ଠାରେ ୨୦୨୫ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ ଉପଲକ୍ଷେ ଅୟୋଜିତ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ପାଲଲହଡ଼ା ଉପଖଣ୍ଡରେ ଆୟୋଜିତ ଏହି ପଥ ମହୋତ୍ସବ ମଙ୍ଗଳବାର ସକାଳ ୭.୩୦ ସମୟରେ ପାଲଲହଡ଼ା ବ୍ଲକ ଛକ ଠାରୁ ସତସଙ୍ଗ କେନ୍ଦ୍ର ପର୍ୟ୍ୟନ୍ତ ପଥପ୍ରାନ୍ତ ସଭା ଓ ସଚେତନତା ଭିତିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଶୁଭାରମ୍ଭ ହୋଇଥିଲା।ପାଲଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ତଥା ପାଲଲହଡ଼ା ପଞ୍ଜୀକରଣ ଅଧିକାରୀ ୫୯ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ମହୋତ୍ସବ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରୁ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ସହିତ ନିର୍ବାଚନ ଆୟୋଗ ଙ୍କ ନୀତି ନିର୍ଦ୍ଧାରଣ ଅନୁଯାୟୀ ସଚେତନତା କାର୍ୟ୍ୟକ୍ରମ କରିଥିଲେ।ପରେ ଝୋଟି, ରେଙ୍ଗାଲି, ନୃତ୍ୟ, ସଙ୍ଗୀତ ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପଥ ମହୋତ୍ସବ ରେ ପାଲଲହଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡା, ତହସିଲଦାର ଆକାଂକ୍ଷା ମହାପାତ୍ର, ଡେପୁଟି କଲେକ୍ଟର ନିର୍ବାଚନ ଶୁଭଶ୍ରୀ ଟୁଡୁ ପ୍ରମୂଖ ଉପସ୍ଥିତ ରହି ଭୋଟର ର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ ଓ ମାଲ୍ୟଗିରି ମହାବିଦ୍ୟାଳୟ, ଗୋପବନ୍ଧୁ ମହାବିଦ୍ୟାଳୟ, ଗୁରୁଶୂଲେଇ ଉଚ୍ଚ ବିଦ୍ୟାଳୟ ତଥା ମହିଳା ଗୋଷ୍ଠୀ ଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ କଳା ଉପସ୍ଥିତ ଜନସାଧାରଣ ଙ୍କୁ ବେଶ ଆମୋଦିତ କରିଥିଲା। ନିର୍ବାଚନ କାର୍ୟ୍ୟାଳୟ ର ପ୍ରମୁଖ ଅଧିକାରୀ ତଥା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତରୁଣକାନ୍ତି ପ୍ରଧାନ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।