କଟକ, ୦୨/୦୮/୨୦୨୬ (ଓଡ଼ିଶା ସମାଚାର)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ତାରିଖରେ ବାଙ୍କୀ,ବାଆଁରାସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପରିପ୍ରେକ୍ଷୀରେ କଟକ ଜିଲା ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ।
ଜିଲାପାଳ ତଥା ଆଂଚଳିକ ସଡ଼କ ପରିବହନ କର୍ତୃପକ୍ଷ, ଅଧ୍ୟକ୍ଷ ଦତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ନିର୍ଦେଶ ଅନୁଯାୟୀ ୨ ତାରିଖ ରବିବାର ରାତି ୧୨ଟାଠାରୁ ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବାରଙ୍ଗ ବାରଙ୍ଗ ଅଫିସ ଛକ – ତ୍ରିଶୁଳିଆ – ଗୋଡ଼ିସାହି – ଭାରତ ମସଲା ଛକ – ସିଆଇଏସଏଫ୍ ମୁଣ୍ଡୁଳି – ରାମଚଣ୍ଡୀ (ବାଆଁରା) – ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ରାସ୍ତାରେ ବାଲି, ଚିପ୍ସ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଭାରିଯାନ, ଯଥା ଟ୍ରକ୍, ଟିପର, ହାଇୱା ଓ ଟ୍ରାକ୍ଟର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷିତ ଗସ୍ତ, ସାଧାରଣ ଲୋକଙ୍କ ସୁବିଧା ଏବଂ ଯାତାୟାତର ସୁଚାରୁ ପରିଚାଳନାକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି ।
