ନିଶ୍ଚିନ୍ତକୋଇଲି,୦୨/୦୮/୨୦୨୬ (ଓଡ଼ିଶା ସମାଚାର / ଅଭୟ ଜେନା )କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲିବ୍ଲକ ଅନ୍ତର୍ଗତ ବଳରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର କନିଷ୍ଠ ସହାୟକ ଭବେନ୍ଦ୍ର ନାଥ ସାହୁ ଙ୍କର ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । 
ଏଥିରେ ମୁଖ୍ୟ ଆତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ର ଯୋଗଦେଇ ଶିକ୍ଷାନୁଷ୍ଠାନ ରେ ଦୀର୍ଘ ବର୍ଷ କାର୍ଯ୍ୟ କରି ଶ୍ରୀ ସାହୁ ଜଣେ କର୍ତ୍ତବ୍ୟନିଷ୍ଠଓ ସମର୍ପିତ ବ୍ୟକ୍ତିତ୍ୱ ଭାବେ ଲୋକପ୍ରିୟ ହୋଇ ପାରିଥିଲେବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସେଠୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହ ରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧରଣୀଧର ଜେନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭାଗବତ ପରିଡା ପ୍ରମୁଖ ଉଦବୋଧନ ଦେଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।
କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ସୁବାଷ ଚନ୍ଦ୍ର ବାରିକ ସଂଯୋଜନା କରିଥିଲେ । ଏହି ଅବସରରେ ଶ୍ରୀ ସାହୁ ଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ ।
