ନିଶ୍ଚିନ୍ତକୋଇଲି,୦୨/୦୮/୨୦୨୬ (ଓଡ଼ିଶା ସମାଚାର / ଅଭୟ ଜେନା)-ନିଶ୍ଚିନ୍ତକୋଇଲି ବ୍ଲକ ପାଟପୁର କେନ୍ଦୁପଟଣା ବଜାରସ୍ଥ ଅଖଣ୍ଡ ଚେତନା ଆଶ୍ରମ ଓ ମାଇକ୍ରୋ ସେଲପାଥି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ୯ ଦିନିଆ ବିଶାଳ ପ୍ରାକୃତିକ ଚିକିତ୍ସା ସ୍ୱାସ୍ଥ୍ୟ ଶିବିର ଉଦଘାଟିତ ହୋଇଯାଇଛି।
ଉକ୍ତ ଶିବିରରେ ପଦ୍ମକେଶରୀ ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ଦାସ ଯୋଗଦେଇ ପ୍ରଥମ ଚେତନା ଧ୍ୟାନ ଓ
ଉପଚାରାତ୍ମକ ପ୍ରବାହ ପ୍ରଣାଳୀ ଶିକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଥମ ଚେତନା ଧ୍ୟାନ ଦ୍ଵାରା ଶାରୀରିକ ଓ ମାନସିକ ରୋଗ ଉପଚାର ଶିକ୍ଷା ଉପରେ ଆଲୋକପାତ କରିଥିଲେ।
ଉକ୍ତ ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ରୋଗୀଙ୍କୁ ମାଗଣା ମାଇକ୍ରୋ ସେଲପାଥି ଔଷଧ ବଣ୍ଟନ କରାଯିବା ସହ କିଛି ରୋଗୀମାନଙ୍କୁ ହିଲିଙ୍ଗ ଥେରାପି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସ୍ବେଛାସେବୀ ସୁକାନ୍ତ କୁମାର ମଲିକ, ଅରୁଣ କୁମାର ସାହୁ, ସେକ ଗୁଲଜର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
