ପ୍ରଧାନଶିକ୍ଷକ ନାରାୟଣ ରଣା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭୁବନ ୩୧/୦୩/୨୦୨୫ (ଓଡ଼ିଶା ସମାଚାର)-ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ରଣା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷୟିତ୍ରୀ ନମିତା ମହାନ୍ତି ଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ଯୋଗଦେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଣା ଙ୍କ କର୍ମମୟ ଜୀବନ,ତାଙ୍କର କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତିତା ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ନୂଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଖଗେଶ୍ବର ବେହେରା,ସମ୍ମାନିତ ଅତିଥି ଭାବେ ବାଲିବୋ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାର୍ତ୍ତିକ ପେଣ୍ଠୋଇ,ବି ଇ ଓ କାର୍ଯ୍ୟାଳୟ ର ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ଗଣେଶ୍ୱର ପୃଷ୍ଟି,ସି ଆର ସି ସି ଆନନ୍ଦ ଚନ୍ଦ୍ର ମେହେଣା, ଦିପାଞ୍ଜଳି ରାଉତ ଯୋଗ ଦେଇଥିଲେ । ନିଜର ବିଦାୟ କାଳୀନ ଅଭିଭାଷଣ ରେ ଶ୍ରୀଯୁକ୍ତ ରଣା ଭୁବନ ରେ ଯେଉଁ ସ୍ନେହ, ଶ୍ରଦ୍ଧା ଓ ଆତ୍ମୀୟତା ମିଳିଛି ,ସେଥିପାଇଁ ଭୁବନ ତଥା ଆପଣ ମାନଙ୍କୁ ଆଦୌ ଭୁଲି ହେବନି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରଜେଶ୍ୱରି ଗୁଇଁ ସଭା ପରିଚାଳନା କରିଥିବା ବେଳେ ମନିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ରଣା ଙ୍କୁ ଉପହାର ପ୍ରଦାନ କରାଯିବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଶିକ୍ଷକ ଦୀପକ ବେହେରା ,ମାୟାଧର ସାହୁ,ଉଦୟ ନାଥ ବାରିକ, ଶିକ୍ଷୟିତ୍ରୀ ମାନସୀ ନାୟକ, ସ୍ଵପ୍ନା ବେହେରା,ପାର୍ବତୀ ବାସ୍କେ,ଜୟଶ୍ରୀ ମହାରଣା,ଅନିତା କୁମାରୀ ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଷଷ୍ଠ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *