ଉତ୍କଳ ସମ୍ମିଳନୀ ପକ୍ଷରୁ ରାଧାନାଥଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୨୮/୦୯/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଆ କାବ୍ୟ ସାହିତ୍ୟରେ ଆଧୁନିକତାର ଯୁଗ ପ୍ରବର୍ତକ କବିବର ରାଧାନାଥ ରାୟଙ୍କ ୧୭୮ତମ ଜୟନ୍ତୀ ସମାରୋହ ଉତ୍କଳ ସମ୍ମିଳନୀ ଓ କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସଂସଦ ପକ୍ଷରୁ ମିଳିତ ଭାବରେ ପାଳିତ ହୋଇଯାଇଛି ।

ଉତ୍କଳ ସମ୍ମିଳନୀ ଜିଲା ଶାଖାର ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାଧ୍ୟାପକ ମୋହନ ଚରଣ ଜେନା ରାଧାନାଥଙ୍କୁ ଓଡ଼ିଆ ସାହିତ୍ୟରେ ନବଜାଗରଣର ସ୍ରଷ୍ଟା ଭାବେ ଅଭିହିତ କରିଥିଲେ । ଏହି ସଭାରେ ପ୍ରାଧ୍ୟାପକ ସୁରେନ୍ଦ୍ରନାଥ ଆଚାର୍ଯ୍ୟ ମୁଖ୍ୟବକ୍ତା, ଅଧ୍ୟାପକ ଅଜୟ ସାମଲ ଓ ଶୁଭ୍ରାଂଶୁ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ସମ୍ପାଦକ ଡ. ବାସୁଦେବ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଦିକନ୍ଦ ରାଉଳ ଅତିଥି ପରିଚୟ ଓ ଡ. ଚୈତନ୍ୟ ଚରଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଧିରେନ୍ ସାହୁ, ନୃସିଂହ ତ୍ରିପାଠୀ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଅବଧୂତ ରାଉତ, ଅଶୋକ କୁମାର ସାହୁ, ମଧୁସ୍ମିତା ସ୍ୱାଇଁ, ଅଜୟ କୁମାର ପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *