କିଶନନଗର କଲେଜରେ ଯୋଗ ଦିବସ ପାଳନ 

କଟକ ସଦର ,୨୧/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜରେ ଆଜି ଶୁକ୍ରବାର ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।ଏହି ଅବସରରେ କଲେଜର ଜାତୀୟ ସେଵା ଯୋଜନା ଓ ଯୁବ ରେଡକ୍ରସ୍ ବିଭାଗ ପକ୍ଷରୁ ଅଧ୍ୟକ୍ଷ ପ୍ରେମାନନ୍ଦ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ଯୋଗ ସଚେତନତା ସଭାରେ ଅଧ୍ୟାପକ ଡଃ ଅନାଦି ବରାଳ,ସାଦିକ୍ ଅଲ୍ଲୀ,ବିନୟ ମହାପାତ୍ର, ଅଧ୍ୟାପିକା ସୁଭଦ୍ରା ସେଠ୍, ନମ୍ରତା ଶର୍ମା ପ୍ରମୁଖ ଯୋଗ ଦେଇ ଯୋଗ ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରିଡ଼ା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ କରି ପିଲାଙ୍କୁ ସଚେତନ କରିଥିଲେ ।

Leave a Reply

Your email address will not be published. Required fields are marked *