ବଲ୍ଲଭୀଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ନିଶ୍ଚିନ୍ତକୋଇଲି, ୦୮/୦୩/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା ) ନିଶ୍ଚିନ୍ତକୋଇଲି ବ୍ଲକ ବାଣୀନଗର ନତକାଇସ୍ଥିତ ବଲ୍ଲଭୀ ଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ  ମହାବିଦ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏନ୍ ଏସ୍ ଏସ୍‌ର ପ୍ରୋଗ୍ରାମ ଅଫିସର ଡ. ଜୟନ୍ତୀ ସାହୁଙ୍କ ସଂଯୋଜନାକ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପିତା ଜେନା ଅଧ୍ୟକ୍ଷତା କରିଥିଲେ ।

ବରିଷ୍ଠ ଅଧ୍ୟାପକ ସୂର୍ଯ୍ୟମଣୀ ସ୍ୱାଇଁଙ୍କ ପ୍ରବର୍ତ୍ତନାକ୍ରମେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ତହସିଲଦାର ଦମୟନ୍ତୀ ସାହୁ  ଯୋଗଦେଇ ନାରୀମାନଙ୍କ ସମାଜପ୍ରତି ଦାୟିତ୍ୱବୋଧତା ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଯୋଗଦେଇ ମହିଳା ଓ କନ୍ୟା ସନ୍ତାନପ୍ରତି ରାଷ୍ଟ୍ରର ସମୃଦ୍ଧ ଅଧିକାର, ନ୍ୟାୟ ଓ କ୍ରିୟାଶୀଳତା ବଜାୟ ରଖିଲେ ନାରୀଜାତିର  ମୂଲ୍ୟବୋଧ ସୁରକ୍ଷିତ ରହିବା ସହ ଏକ ନ୍ୟାୟ ସଂଗତ, ସମାନତା ମୂଳକ ଓ ସମୃଦ୍ଧ ସମାଜ ଗଠନ ହୋଇ ପାରିବ ବୋଲି ମତ ରଖିଥିଲେ ।

ସମ୍ମାନୀତ ଅତିଥି ଭାବେ ରେଡକ୍ରସର ସଂଯୋଜିକା ଶୁଭଶ୍ରୀ ନାୟକ, ଅଧ୍ୟାପିକା ଦେବଯାନୀ ରାଉତ, ଅଧ୍ୟାପିକା ଉର୍ବଶୀ ସାହୁ ପ୍ରଭାବତୀ ରାଉତ, ଅଧ୍ୟାପିକା ସୁଚୀସ୍ମିତା ପ୍ରଧାନ ପ୍ରମୁଖ ଯୋଗଦାନ କରି ନାରୀପ୍ରଗତୀରେ ସମାଜର ବ୍ୟାପକ ସକରାତ୍ମକ ସଚେତନତା ଆବଶ୍ୟକ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା ସଂଗୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *