କଟକ ସଦର ୩୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କିଶନନଗର ଥାନା ଅଧିନସ୍ଥ କଟକ ପାରାଦୀପ ରାଜ୍ୟ ରାଜପଥର କମରପଦା ବଜାର ଠାରେ ଆଜି ଗୁରୁବାର ମଧ୍ୟାହ୍ନରେ ଏକ ପୋଲିସ ଭ୍ୟାନ ବାଇକ୍ ଉପରେ ଚଢିଯିଵା ଫଳରେ ଏଥିରେ ବାପ ପୁଅ ଦୁଇଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଯାଇଥିବା ଜଣାପଡିଛି। 
ପ୍ରକାଶ ଯେ ପାରାଦୀପ ଲକ୍ ଥାନାର ଓଡି୦୨ଡିଡିଓ୩୧୯ ନମ୍ବର ଥିବା ଏକ ଭ୍ୟାନ କଟକ ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ଉପରେ ଚଢି ଯାଇଥିଲା। ଏଥିରେ କମରପଦା ଗ୍ରାମର ପଦ୍ମ ଚରଣ ପ୍ରଧାନ ଓ ତାଙ୍କ ପୁଅ ପ୍ରିୟରଞ୍ଜନ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ପୋଲିସ ଗାଡି ଭିତରୁ ଆପତ୍ତିଜନକ କଣ୍ଡୋମ୍, ପାଣି ବୋତଲ ଓ ଗ୍ଲାସ ଥିବା ଦେଖାଯାଇଛି। ତେବେ ଗାଡି ଚାଳକ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଗାଡି ଚଳାଉଥିବାରୁ ଏଭଳି ଦୂର୍ଘଟଣା ଘଟିଛି ବୋଲି ଅଭିଯୋଗ ହେଉଛି।କିଶନନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି।
