ଗୁଆଳି ନାସୀରେ ମହାନଦୀ ଅତଡ଼ାଖାଇ ଦେଖାଇଲା କରାଳ ରୂପ :  ଦ୍ବୀପାଞ୍ଚଳପ୍ରତି ଘନେଇଲା ବିପଦ

ସାଲେପୁର ,୩୦/୦୭/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର କଟକ ଜିଲ୍ଲା ଗୁଆଳି ନାସୀ ମୁଣ୍ଡରେ ପ୍ରବଳ ବନ୍ୟାଜଳ ମାଡ଼ରେ ପ୍ରବଳ ଅତଡ଼ା ଖାଇବାରେ ଲାଗିଛି । ଏହିସ୍ଥାନରେ ମହାନଦୀ ରୁ ଚିତ୍ରୋତ୍ପଳା ବାହାରି ଦୁଇଭାଗ ହୋଇ ପ୍ରବାହିତ ହେଉଛି ।

ସାଲେପୁର ବ୍ଲକ ର ତରିତୋ ପଞ୍ଚାୟତ ଗୁଆଳି ନାସୀମୁଣ୍ଡ ଏବେ ବିପଦ ଜନକ ଅବସ୍ଥାସୃଷ୍ଟି କରିଛି । ପ୍ରାୟ ତିନି ଶହ ମିଟରରୁ ଅଧିକ ଅତଡ଼ା ଖାଇ ଦ୍ବିପାଞ୍ଚଳ  ପ୍ରତି ବିପଦ ସୃଷ୍ଟି କରିଛି । ପ୍ରଶାସନ ପ୍ରତିକାର ପାଇଁ ଯୁଦ୍ଧ୍ୟ କାଳୀନ ପଦକ୍ଷେପ ଗ୍ରହଣ କରିନଥିବାରୁ ଦ୍ବିପାଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଛି । ଏଥିନେଇ କଟକ ଜିଲ୍ଲାର ଅନ୍ୟୁନ ସାତଟି ପଂଚାୟତ ପ୍ରତି ଘୋର ବିପଦ ସୃଷ୍ଟି କରିଛି । ପ୍ରଶାସନ ଓ ଜଳସମ୍ପଦ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *