କଟକ ସଦର,୧୩/୧୦/୨୦୨୬(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ କମିଶନରେଟ ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ସାଇ ମନ୍ଦିର ପଛପଟ ତାଳଦଣ୍ଡା କେନାଲର ଦେଵୀଗଡା ନିକଟରେ ଵୁଡିଯାଇ ଆଜି ମଙ୍ଗଳବାର ଅପରାହ୍ନରେ ବିଦ୍ୟାଧରପୁର ଗ୍ରାମର ଜନୈକ ଯୁବକ ଆଦିତ୍ୟ ପଣ୍ଡା (୨୦) ନିଖୋଜ ଥିବା ଜଣାପଡିଛି। ପ୍ରକାଶ ଯେ ଆଦିତ୍ୟ ଓ ତାଙ୍କର ଆଉଜଣେ ସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ଆଦିତ୍ୟ ଅସାବଧାନତା ଯୋଗୁଁ ଭାସି ଯାଇଥିଲେ ।
କେନାଲର ଭରା ପାଣିରେ ନିଖୋଜ ଆଦିତ୍ୟ ଙ୍କୁ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍ ଟିମ୍ ଓ ସ୍କୁଵା ଡାଇଭର ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ ମିଳିନାହିଁ। ଆସନ୍ତା କାଲି ପୁଣି ପୁଣି ତଲାସୀ ଅଭିଯାନ କରାଯିବ ବୋଲି ଜଣାଯାଇଛି।
