ବନ୍ୟା ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ 

କଟକ ସଦର ୩୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲାପାଳ ଭିସି ଜରିଆରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାପାଳ ଆଜି କଟକ ମହାନଗର ନିଗମର ବିଭିନ୍ନ ତଳିଆ ଅଞ୍ଚଳ ଓ ବନ୍ୟା ପାଣି ପ୍ରବେଶ କରିବା ସମ୍ଭାବନା ଥିବା ସ୍ଥାନ ସବୁକୁ ପରିଦର୍ଶନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *