ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ନାଥ ପ୍ରଧାନ ଙ୍କ ପରଲୋକ,ଶୋକୟ ଛାୟା 

କଟକ ସଦର ,୩୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥିବା ସରକାରୀ ତେଲଦିଆ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଆଦର୍ଶ ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ନାଥ ପ୍ରଧାନ ଙ୍କର ଆଜି ଗୁରୁବାର ଦିନ ତାଙ୍କ ଶିଉଳି ସ୍ଥିତ ବାସଭବନରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି।

ସିଏ ଜଣେ ଛାତ୍ରଵତ୍ସଳ ଶିକ୍ଷକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିବାରୁ ତାଙ୍କ ବିୟୋଗରେ କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁ, ସରପଂଚ ପୀତାମ୍ବର ଦାସ, ପୂର୍ବତନ ସରପଂଚ ରୁପକ କୁମାର ସ୍ୱାଇଁ, ବିମଳ ପଣ୍ଡା, କେଶବ ଲେଙ୍କା ପ୍ରମୁଖ ବହୁ ପୁରାତନ ଛାତ୍ର ଓ ଅଭିଭାବକ ଅଭିଭାଵିକା ଗଭୀର ଶୋକ ପ୍ରକାଶ କରିଛନ୍ତି। ଧିରେନ୍ଦ୍ର ନାଥ ଙ୍କ ପାର୍ଥୀଵ ଶରୀରକୁ ସ୍କୁଲ ପରିସରକୁ ଅଣାଯିବା ପରେ ବହୁ ବ୍ୟକ୍ତିବିଶେଷ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *