କଟକ ସଦର,୦୭/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆଜି ସୋମବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ( ଆଇଏଏସ) ଜନଶୁଣାଣୀ କରି ପଞ୍ଜିକୃତ ହୋଇଥିବା ୨୧୪ ଟି ଅଭିଯୋଗ ର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିରେ କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ ଦାସ, କେଳୁଚରଣ ମହାଳି, ପ୍ରଭାତ ସେଠୀ,ସାଧୁ ଜେନା, ବିରଞ୍ଚିନାରାୟଣ ପଣ୍ଡା,କ୍ଷୀତେନ୍ଦ୍ର ମିତ୍ର ପ୍ରମୁଖ କିଶନନଗରର ମୈ।ଳିକ ସମସ୍ୟା ମଧ୍ୟରେ କିଶନନଗର ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରିବା, ବାରହାପାଟ ଗହୀରରୁ ଉଦଵୃତ୍ତ ଜଳ ନିସ୍କାସନ ର ସ୍ଥାୟୀ ପ୍ରତିକାର କରିବା,ସୋମପୁର କିଶନନଗର ପୂର୍ତ୍ତ ବିଭାଗ ରାସ୍ତା ସହ କମରପଦା ଗଡମା ଭାୟା କିଶନନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ନବୀକରଣ ପ୍ରଭୃତି ଦାବି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ସେହିପରି ସୋମପୁର ଅଞ୍ଚଳର ଜନୈକା ୧୪ ବର୍ଷିଆ ନାବାଳିକା ଛାତ୍ରୀ ନିଖୋଜ ହେବା ଅଭିଯୋଗ କୁ ତିନି ମାସ ବିତିଯାଇଥିଲେ ବି କିଶନ ନଗର ପୋଲିସ ହାତଵାନ୍ଧି ବସିଥିବା କୁ ନାବାଳିକା ର ମା ଜିଲ୍ଲାପାଳ ଓ ଏସ୍ ପି ଙ୍କ ନିକଟରେ ଅଭିଯୋଗ କରିଥିଲେ। ଆସନ୍ତା ସାତଦିନ ଭିତରେ ନିଖୋଜ ଛାତ୍ରୀଙ୍କୁ ଖୋଜି ଆଣିବାକୁ ଏସ୍ ପି କିଶନନଗର ଥାନା ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅଧିକ୍ଷକ ପ୍ରତୀକ ସିଂ (ଆଇପିଏସ୍), ଅତିରିକ୍ତ ଜିଲ୍ଲାପାଳ ଶିଵ ଟପ୍ପୋ,ସିଡିଓ କମ୍ ଇଡି ଜିଲ୍ଲା ପରିଷଦ ଏସ୍ ସି ରାୟ, ସଦର ଉପଜିଲ୍ଲାପାଳ ଜୈ।ତିରଞ୍ଜନ ରାୟ, ଜିଲ୍ଲା ମୂଖ୍ୟ ସ୍ୱ।ସ୍ଥ୍ୟ ଅଧିକାରୀ ଡ଼ଃ ମକରନ୍ଦ ବେଉରା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଏସ୍ କେ ରାଉତ ଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଜନଶୁଣାଣୀ ଶିବିର ପରିଚାଳନାରେ କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ଙ୍କ ସମେତ ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି ଓ ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ।