କେନ୍ଦ୍ରାପଡା ଜିଲାର ୫ ଗୋଶାଳାକୁ ୧୨ଲକ୍ଷ ଆର୍ଥିକ ଅନୁଦାନ

କେନ୍ଦ୍ରାପଡ଼ା,୨୭/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ୫ଟି ଗୋଶାଳାକୁ ସରକାର ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଗୋଶାଳା ଗୁଡିକ ହେଉଛି ଜିଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଗତେଶ୍ୱର ଗୋଶାଳା ଓ ପୋଇପାଟର ଆପୁଆ, ଗରଦପୁର ବ୍ଲକର କୋରୁଆସ୍ଥିତ ଓଁ ଆକୁଳୀ ପରଂବ୍ରହ୍ମ, ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାର ସିଦ୍ଧ ବଳଦେବଜୀଉ, ରାଜନଗର ଘଡିଆମାଳର କାମଧେନୁ ଗୋଶାଳା ପ୍ରଭୃତି ।

କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ ପଟ୍ଟନାୟକ ଏହି ଗୋଶାଳା ଗୁଡିକୁ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶିର ଚେକ ପ୍ରଦାନ କରିଛନ୍ତି । ଏହି ଗୋଶାଳା ଗୁଡିକରେ ଆଶ୍ରିତ ଗୋରୁଗାଈମାନଙ୍କ ଚିକିତ୍ସା ଓ ଖାଦ୍ୟ ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ପ୍ରାଣୀ କଲ୍ୟାଣ ଅଧିକାରୀ ପ୍ରଭଞ୍ଜନ ରଞ୍ଜନ କବି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *