ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ସ୍ମୃତି ଚାରଣ ସଭା

 ସାଲେପୁର,୧୪/୦୯/୨୦୨୬ (ଓଡିଶା ସମାଚାର/ଅଭୟ ଜେନା )-ସାଲେପୁର ନିର୍ବାଚନ ମଣ୍ଡଳୀ  ୪୬ ନମ୍ବର ଜୋନ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସେବାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ  ବିଭିନ୍ନ ମାନ୍ୟଗଣ୍ୟ ନେତୃବୃନ୍ଦ,ଗ୍ରାମବାସୀ ଓ ସମାଜସେବୀମାନେ ଯୋଗଦେଇ ସଂଯୁକ୍ତା ରାଉତଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହେବା ପରେ ଲୋକମାନଙ୍କୁ ଚାରାଗଛ ବଣ୍ଟନ କରାଯିବା ସହ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏବଂ ସମ୍ପୂର୍ଣ୍ଣl ନାମରେ ଏକ ପତ୍ରିକା ଉନ୍ମୋଚନ ହୋଇ ଥିଲା । ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।

ଏଥିରେ କନ୍ଦରପୁର ସରସ୍ବତୀ କଳା ପରିଷଦ ର କଳାକାର ମାନେ ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ମା’ ଉପରେ ଆଧାରିତ ସଚେତନତା ମୂଳକ ଅଭିନୟ ପ୍ରଦର୍ଶିତ ହୋଇଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ପ୍ରସାଦ ଓ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଏଭଳି ଭାବେ ସେବା, ସମ୍ମାନ, ଶିକ୍ଷାବିତଙ୍କୁ ସମ୍ବର୍ଧନା,ପରିବେଶ ସୁରକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଂଯୁକ୍ତା ରାଉତଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା। ରାଜନେତା ରାମ ନାରାୟଣ ମହାନ୍ତି, ହରେକୃଷ୍ଣ ମହାନ୍ତି,ରୁଦ୍ର ପଣ୍ଡା,ବିସିଟି ସଂପାଦକ ପ୍ରିନ୍ସ ନନ୍ଦ,ସାହିତ୍ୟିକ ଦିଲ୍ଲୀପ ବିଶ୍ୱାଳ,ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଅଧ୍ୟାପକ ବାସୁଦେବ ସ୍ବାଇଁ, ଟ୍ରଷ୍ଟ ଅଧ୍ୟକ୍ଷ କନିଷ୍ଠ ପୂତ୍ର ସନ୍ତୋଷ ରାଉତ,ଜ୍ୟେଷ୍ଠ ପୁତ୍ର ଇଂ.ବସନ୍ତ ରାଉତ,ସ୍ୱାମୀ ବଲ୍ଲଭ ରାଉତ,ଇଂ. ସେବକ ଶ୍ରୀକାନ୍ତ,ନାଟ୍ୟକାର ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *