ସୁନାମଧନ୍ୟ କଣ୍ଠଶିଳ୍ପୀ ଦିବାକର ମହାନ୍ତି ଅସୁସ୍ଥ

                                     ଭେଟିଲେ ବଳଦେବଜୀଉଙ୍କ ସେବାୟତ
କେନ୍ଦ୍ରାପଡ଼ା, ୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ଜନ୍ମୋତ୍ସବ ଭଜନ ସମାରୋହ ପରିଷଦ ସଦସ୍ୟ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା କେନ୍ଦ୍ରାପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ଦିବାକର ମହାନ୍ତିଙ୍କୁ ବଳଦେବଜୀଉଙ୍କ ସେବକ ଜନ୍ମୋତ୍ସବ ଭଜନ ସମାରୋହ ପରିଷଦ ସଭାପତି ତଥା ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ସେନାପତି(କୁନା), ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ଶ୍ରୀଜୀଉଙ୍କ ଅଙ୍ଗବସ୍ତ୍ର ଓ ମହାପ୍ରସାଦ ତାଙ୍କୁ ପ୍ରଦାନ କରିଥିଲେ । ଏଥିସହିତ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ ।

ପାଖରେ ତାଙ୍କ ସୁପୁତ୍ର ଏବଂ କନ୍ୟା ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତି ଶ୍ରୀବଳଦେବଜୀଉଙ୍କ ଭଜନ ଗାଇବା ସହ ତାଙ୍କ କଣ୍ଠରୁ ବହୁ ହୃଦୟ ସ୍ପର୍ଷୀ ଗୀତ ଓଡ଼ିଶା ବାସୀଙ୍କ ମନ ଛୁଇଁ ପାରୁଥିଲା । ଓଡ଼ିଶା ସଙ୍ଗୀତ ଜଗତର ଆଗ ଧାଡ଼ିର ଜଣେ କଣ୍ଠଶିଳ୍ପୀ ଭାବେ ସେ ପରିଚିତ । କିଛି ମାସ ହେବ ଶ୍ରୀ ମହାନ୍ତି ଅସୁସ୍ଥ ହେବାପରେ ଶଯ୍ୟାଶାୟୀ ହୋଇ ତାଙ୍କ ବାସ ଭବନରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *