ସଂଗ୍ରାମୀ ଜଗନ୍ନାଥ କରଙ୍କ ୨୭ ତମ ସ୍ମୃତିଉତ୍ସବ 

ମାହାଙ୍ଗା,୩୦/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା ) – ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ,ନାରୀ ସଶକ୍ତିକରଣର ଅଗ୍ରଣୀ ନେତା, ଲୋକବନ୍ଧୁ ଜଗନ୍ନାଥ କରଙ୍କ ୨୭ ତମ ସ୍ମରଣୀୟ ସ୍ମୁତିଉତ୍ସବ ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ମୂଳବସନ୍ତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ସେଠୀ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ।  ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ କୁମାର କର ଯୋଗଦେଇ ଜଗନ୍ନାଥ କରଙ୍କ ପାଇଁ ମୂଳବସନ୍ତ ମାଟି ଗର୍ବିତ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ କୁଣ୍ଡି ସେବା ସମବାୟ ସମିତିର ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ,ତ୍ୟାଗ ଓ ସେବାର ମହାନାୟକ ଲୋକବନ୍ଧୁ ଜଗନ୍ନାଥ କରଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ କୈଳାସ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ବଟକୃଷ୍ଣ ଦାଶ, ଶିକ୍ଷାବିତ ବିନୋଦ ବିହାରୀ ମିଶ୍ର, ତ୍ରୈଲୋକ୍ୟ ବିହାରୀ ଦାସ, ରଞ୍ଜନ ବଳବନ୍ତରାୟ, ସନାତନ କର, ସନ୍ତୋଷ କୁମାର କର, ଶୁଭେନ୍ଦୁ ସାମଲ, ପ୍ରଦ୍ୟୁମ୍ନ କର, ହରିହର ବିଶ୍ୱାଳ, ଉମେଶ ଚନ୍ଦ୍ର ସାହୁ,ସ୍କୁଲ ପରିଚାଳନା କମିଟି ସଭାପତି ଅଜିତ ମହାନ୍ତି,ଶିକ୍ଷକ ବିଜୟ କୁମାର ନାୟକ, ଅନ୍ନପୂର୍ଣ୍ଣା ସାହୁ, ଶୁଭକାନ୍ତ ସେଠୀ, ସଲିଳ କୁମାର ଦାସ, ନିହାରିକା ମହାପାତ୍ର, ପବିତ୍ର ମଲ୍ଲିକ, ଶ୍ରଦ୍ଧାଞ୍ଜଳି ବେହେରା, ରାଜଶ୍ରୀ ପ୍ରୀତିସୁଧା ଏବଂ ସୁଚିତ୍ରା ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଉତ୍ସରେ ଯୋଗଦେଇଥିଲେ ।

ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାପିତ ଜାତିର ଜନକ ମହାତ୍ମା ଗାନ୍ଧୀ, ବାଗ୍ମୀ ବିଶ୍ୱନାଥ ଏବଂ ଲୋକବନ୍ଧୁ ଜଗନ୍ନାଥ କରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *