Breaking News : ଭୟଙ୍କର ଦୁର୍ଘଟଣା : ବୋଲେରୋ ଟ୍ରକ ମୁହାଁ ମୁହିଁ ଧକ୍କା ରେ ଜଣେ ମୃତ, ୬ ଗୁରୁତର ଆହତ

ସାଲେପୁର , ୧୪/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ବାରଚଚକିଆ ଟ୍ରକ ଓ ବୋଲେରୋ ମୁହାଁ ମୁହିଁ ଧକ୍କାରେ ବୋଲେରୋ ଡ୍ରାଇଭର ର ମୃତ୍ୟୁ ଘଟିଛି । ଟ୍ରକ ଡ୍ରାଇଭର ସମେତ ବୋଲେରୋ ରେ ଥିବା ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ମାନଙ୍କ ଭିତରୁ ୪ ଜଣ ପୁରୁଷ ୨ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣା ପଡ଼ିଛି। କଟକରୁ ଚାନ୍ଦବାଲି ଆଡକୁ ଆସୁଥିବା ଏକ ବୋଲେରୋ ସାଲେପୁର କୁଳିଆ ବଜାର ନିକଟରେ ଏକ ଟ୍ରକସହ ମୁହାଁ ମୁହିଁ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଦୁଇ ଡ୍ରାଇଭର ବହୁ ସମୟ ଧରି ଗାଡ଼ିରେ ଗୁରୁତର ହୋଇ ରହି ଯାଇଥିଲେ।

ପୋଲିସ , ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମିଶି ସମସ୍ତଙ୍କୁ ଉଦ୍ଧାର କରି ସାଲେପୁର ମେଡ଼ିକାଲ ପଠାଇବା ସହ ଦୁଇ ଡ୍ରାଇଭରଙ୍କୁ ଗାଡି ଭିତରୁ ଡୋର୍ କାଟି ବାହାର କରିଥିଲେ। ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲ ପଠାଯାଇଛି। ବୋଲେରୋ ରେ ଥିବା ସମସ୍ତ ବ୍ୟକ୍ତି ଚାନ୍ଦବାଲି ସେରପୁର ଅଞ୍ଚଳର ଜଣାପଡିଛି।

Leave a Reply

Your email address will not be published. Required fields are marked *