କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ମାଳିସାହିର ଦୁଇଜଣ ସାଙ୍ଗ ନିକଟରେ ଥିବା କାକଟପୁର କେନାଲରେ ଗାଧୋଇବା ପାଇଁ ଯାଇଁ ଵୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ + ୨ ପଢୁଆ ୧୭ ବର୍ଷିୟ ଛାତ୍ର ଆଦିତ୍ୟ ସ୍ୱାଇଁ ଵୁଡି ନିଖୋଜ ହୋଇଯାଇଥିଲେ। ଖଵର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କେନାଲ ର ଭରା ପାଣିରେ ତଲାସୀ ଅଭିଯାନ ଜୋରଦାର କରିଥିବା ଜଣାପଡିଛି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଆଦିତ୍ୟ ଉଦ୍ଧାର ହୋଇନଥିବା ଜଣାପଡିଛି।
କାକଟପୁର କେନାଲରେ ଵୁଡି କଲେଜ ଛାତ୍ର ନିଖୋଜ, ତଲାସୀ ଅଭିଯାନ ଜାରି
