କଟକ ସଦର,୧୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ମହାନଗର ନିଗମ (କେଏମସି) ଦୀର୍ଘ ବର୍ଷର ଅନ୍ତ ଘଟାଇ ଆଜି ମଙ୍ଗଳବାର ଦିନ କଟକ ତଥା ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛି ୪୭ କୋଟି ବ୍ୟୟ ଅଟକଳରେ ନିର୍ମିତ ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର । ଏହାକୁ ଆଜି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ର ଲୋକାର୍ପଣ କରିଥିଲେ ।

ଏଥିରେ କେ ଏମ୍ ସି ମେୟର ସୁବାସ ସିଂହ,କମିଶନର କିରଣଦୀପ କଉର ସହୋଟା, ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସ, ଚୌଦ୍ୱାର -କଟକ ବିଧାୟକ ସୌଭିକ ବିଶ୍ବାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଙ୍କ ସହିତ ବହୁ ଅଧିକାରୀ ଓ ନେତୃମଣ୍ଡଳୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଲାଇବ୍ରେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏଲ୍ ଏମ୍ ଏସ୍) ଢାଞ୍ଚାରେ ଚାଲିବାକୁ ଥିବା ଉକ୍ତ ଡିଜିଟାଲ ସୁବିଧା ଥିବା ଲାଇବ୍ରେରୀ ରେ ଏକକାଳୀନ ୧୭ ଶହ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇପାରିବେ।
