ରାଜନଗର ୧୫/୮/୨୦୨୪ (ଓଡ଼ିଶା ସମାଚାର)-ଆଜି ଏକ ଦୁଃଖଦ ଘଟଣାକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଂଚାୟତ ର ବଳରାମପୁର ଗ୍ରାମ ରେ । ଗ୍ୟାସ ଟଙ୍କୀ ଫାଟି ଘର ପୋଡ଼ି ଯିବା ସହ ଦୁଇ ଜଣ ନିଷ୍ପାପ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଜି ସକାଳ ପ୍ରାୟ ସାଢେ଼ ଆଠଟା ସମୟର ବଳରାମପୁର ଗ୍ରାମ ର ସୁକାନ୍ତ ସାହାଣୀ ଙ୍କ ଘରେ ଗ୍ୟାସ ଟାଙ୍କୀ ଫାଟିବାରୁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସମୟରେ ଘର ଭିତରେ ଥିବା ଦୁଇ ଭାଇ ଭଉଣୀ ବିସ୍ଫୋରଣ ପ୍ରଭାବରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିସ୍ଫୋରଣ ପରେ ନିଆଁ ବ୍ୟପିବାରୁ ଉଭୟ ଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା। ଖବର ପାଇ ଉକ୍ତ ଘର ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଦମକଳ କେନ୍ଦ୍ର ରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ସାରି ଘର ଭିତରୁ ଜୀବନ୍ତ ଦଗ୍ଧ ଭାଇ ଭଉଣୀ ଙ୍କ ମୃତ ଶରୀର କୁ ଉଦ୍ଧାର କରିଥିଲେ। ମୃତକ ହେଲେ ଭଉଣୀ ଅନୁପମା ସାହାଣୀ (୧୨) ବର୍ଷ, ଭାଇ ରିଶି ସାହାଣୀ (୮) ବର୍ଷ। ବାପା ସୁକାନ୍ତ ସାହାଣୀ ରୋଜଗାର ଆଶାରେ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଛନ୍ତି। ମା ଅନିତା ସାହାଣୀ ଘର ବାହାରେ ବାସନ ମାଜିବା କୁ ଯାଇଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଆଜି ସକାଳେ ସୁକାନ୍ତ ସାହାଣୀ ଙ୍କ ପୁଅ ଏବଂ ଝିଅ ସ୍ଵାଧୀନତା ଦିବସ ଉପଲକ୍ଷେ ସ୍କୁଲ ରେ ହେଉଥିବା କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଘରକୁ ଫେରି ଥିଲେ। ଏବଂ ଘରକୁ ଫେରି ମାଆ ଅନୁପମା ଙ୍କୁ ଖାଇବା ପାଇଁ ମାଗିଥିଲେ। ତାଙ୍କ ମାଆ ଅନୁପମା ପିଲାଙ୍କୁ ଖାଇବାକୁ ଦେବା ଉଦ୍ଧେଶ୍ୟରେ ଖାଇବା ବାସନ ମାଜିବା ଉଦ୍ଧେଶ୍ୟରେ ଗାଁ ଘର ବାହାର କୁ ଚାଲି ଯାଇଥିଲେ। ବାସନ ମାଜି ସେହି ବାସନ ରେ ପିଲାଙ୍କୁ ଖାଇବାକୁ ଦେବେ ବୋଲି।ପ୍ରତେଖ୍ୟାଦର୍ଷୀଙ୍କ କହିବାନୁଯାୟୀ ଘର ଭିତରୁ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ପିଲାମାନଙ୍କ ଚିତ୍କାର ମଧ୍ୟ ଶୁଭୁଥିଲା। କେହି କିଛି ବୁଝିବା ପୂର୍ବରୁ ଘରଟି ହୁତୁ ହୂତୁ ହୋଇ ଜଳିଯାଇଥିଲା। ଏବଂ ବିସ୍ଫୋରଣ ର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ସେ ଘର ପାଖକୁ କେହି ଯିବାକୁ ସାହସ କରିପାରିନଥିଲେ। ଏହା ପରେ ଦମକଳ ବାହୀନି ଆସି ନିଆଁ କୁ ଆୟତ କରିବା ସହିତ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ମୃତ ଭାଇ ଭଉଣୀ ଙ୍କ ଶବ କୁ ଉଦ୍ଧାର କରିଥିଲେ। ଏହି ଘଟଣା ଟି ସମଗ୍ର ରାଜନଗର ଅଞ୍ଚଳ କୁ ସ୍ତବ୍ଧ କରିବା ସହିତ ଶୋକ ସାଗର ରେ ଭସେଇ ଦେଇଛି। ଏହି ଦୁଃଖଦ ଘଟଣା ର ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଏସ ପି, ବିଧାୟକ, ତହସିଲ ଦାର, ପ୍ରମୁଖ ଦୁର୍ଘଟଣା ସ୍ଥଳ ରେ ତୁରନ୍ତ ପହଂଚି ଥିଲେ। ଏବଂ ଜିଲ୍ଲାପାଳ ମହୋଦୟ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଭାଇ ଭଉଣୀଙ୍କ ପାଇଁ ୬୦ହଜାର ଟଙ୍କାର ସହିଯୋଗ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ ।