ପରଷ୍ପର ବାକ୍ୟ ଵାଣକୁ ନେଇ କଟକ ରାଜନୀତି ଏବେ ସରଗରମ

କଟକ ସଦର,୧୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା  ଚୌଦ୍ୱାର-କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ ବିଜେପି ଯିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଶ୍ୱାସଘାତକ,ଵେଇମାନ ଗଦ୍ଦାର କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଏହାର ଉତ୍ତରରେ ବିଜେପି ନେତା ପ୍ରଭାତ ବିଶ୍ବାଳ ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର କହି କଟାକ୍ଷ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଯେତେ ବୁଝାଇଥିଲେ ଵି ଶୁଣି ନଥିଲେ ଧୃତରାଷ୍ଟ୍ର। କୁରୁବଂଶ ଭଳି ଧ୍ଵଂସ ହୋଇଯିଵ ବିଜେଡ଼ି ବୋଲି କହିଛନ୍ତି ପ୍ରଭାତ। ସେହିପରି ବିଜେଡ଼ି ଛାଡି ଯାଉଥିବା ନେତା ବିଶେଷକରି ପ୍ରଭାତ ବିଶ୍ବାଳଙ୍କୁ ଇଙ୍ଗିତ କରି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର କହିଛନ୍ତି ଯେ ଟିକାଉ ରହିବେ,ବିକାଉ ଚାଲିଯିବେ।ଏବେ ବର୍ଷା ଦିନ,ଝଡ଼ ତୋଫାନରେ ପତ୍ର ସବୁ ଉଡ଼ିଯାଏ।ଯିଏ ଟିକାଉ ସିଏ ରହିବେ,ଯିଏ ବିକାଉ ସିଏ ଚାଲିଯିବେ। ଏହିସବୁ ବାକ୍ୟ ଵାଣକୁ ନେଇ କଟକ ରାଜନୀତି ଏବେ ସରଗରମ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଚୌଦ୍ୱାର ର କେତେକ ଛାମୁଆ ବିଜେଡ଼ି ନେତା ଓ କର୍ମୀ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ନବୀନ ନିବାସ ଯାଇଁ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୁଳକ ସାକ୍ଷାତ ଆଲୋଚନା କରିଥିବା ବେଳେ ଆଗାମୀ ଦିନ ପାଇଁ ବିଜୁ ବାବୁଙ୍କ ମାଟିରେ ତୃଣମୂଳ ସ୍ତରରୁ ଦଳକୁ ସୁସଂଗଠିତ କରିବାକୁ ନବୀନ ସେମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *