ଅଙ୍ଗାଳ ପଞ୍ଚାୟତରେ ବିଶ୍ଵଙ୍କ ରୋଡ ସୋ

ଯାଜପୁର, ୨୮/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ବରୀ ବ୍ଲକ ଅଧିନସ୍ଥ ଅଙ୍ଗାଳ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା କରି ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କଲେ ବିଶ୍ଵ ରଞ୍ଜନ ।ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡ଼ି ପ୍ରାର୍ଥୀ ଙ୍କ ପକ୍ଷରୁ ପ୍ରଚାର ଜୋରଦାର ହେଉଛି। ଗୋଟେ ପଟେ ବିଶ୍ଵ ରଞ୍ଜନ ମଲ୍ଲିକ ସମର୍ଥକ ମାନଙ୍କ ସହିତ ବାଇକ୍ ଶୋଭାଯାତ୍ରା କରି ପ୍ରଚାର କରୁଥିବା ବେଳେ ବିଶ୍ଵ ଙ୍କ ପତ୍ନୀ ବନୋଜା ଘର ଘର ବୁଲି ସ୍ବାମୀ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଯାଜପୁର ସଂସଦୀୟ କ୍ଷେତ୍ର ବରୀ ନିର୍ବାଚନ ମଣ୍ଡଳୀ ଅଙ୍ଗାଳୋ ପଞ୍ଚାୟତ ରେ ଆଜି ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଶାଳ ବାଇକ୍ ଶୋଭାଯାତ୍ରା କରି ଜୋଡ଼ି ସଂଖରେ ଭୋଟ ଦେବାକୁ ଅନୁରୋଧ କଲେ। ସୋମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ପରେ  ହଜାର ହଜାର ସଂଖ୍ୟା ରେ କର୍ମୀ ବାଇକ୍ ଯୋଗେ ଏକ ବିରାଟ ପଟୁଆର ରେ ଅଙ୍ଗାଳ ପଞ୍ଚାୟତ ଓ ମଧୁସୂଦନପୁର ପଞ୍ଚାୟତ ପରିକ୍ରମା କରିଥିଲେ। ପଞ୍ଚାୟତ ପରିକ୍ରମା କରିବା ସମୟ ରେ ପ୍ରତି ସାହି ମାନଙ୍କ ରେ ପୁରୁଷ ଓ ମହିଳା ମାନେ ଅଟକାଇ ବିଶ୍ଵ ଙ୍କୁ ଭବ୍ୟ ସ୍ବାଗତ କରିବା ସହ ପୁଷ୍ପ ପକାଇ ବନ୍ଦାପନା କରି ସ୍ବାଗତ କରିଥିଲେ। ବିଜେଡି ସରକାର ରେ ଜନ ସାଧାରଣ ମାନଙ୍କୁ ମିଳିଥିବା ସୁବିଧା ସୁଯୋଗ ଏବଂ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଜନ ସାଧାରଣ ଙ୍କୁ ଅବଗତ କରିବା ସହ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଗାଦି ରେ ବସାଇବାକୁ ବିଶ୍ଵରଂଜନ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଆଜି ବାଇକ୍ ଶୋଭାଯାତ୍ରା ରେ ବିଶ୍ଵ ରଞ୍ଜନ ଙ୍କ ସହିତ ସ୍ଥାନୀୟ ସରପଞ୍ଚ ସଙ୍କୁତଳା ମଲିକ, ପ୍ରାକ୍ତନ ସରପଞ୍ଚ ହର୍ସବର୍ଦ୍ଧନ ସାମଲ, ବିଭୂତି ଭୂଷଣ ଧଳ, ମଧୁସୂଦନପୁର ସରପଞ୍ଚ ସୁଚିତ୍ରା ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *