ଗରଦପୁର, ୨୩/୦୩/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତଗର୍ଜତ ତଳକୁସୁମା ପଂଚାୟତର ପଂଚାୟତ ପିଜେଡ଼ି ସଭାପତି ଅଜୟ କୁମାର ଦାଶ, ତଳକୁସୁମା ପଂଚାୟତର ସରପଂଚ ପ୍ରଭାତ ନଳିନୀ ଜେନା ଓ ତଳକୁସୁମା ପଂଚାୟତର ପୂର୍ବତନ ସରପଂଚ ଅଶୋକ କୁମାର ଜେନା ସାମୂହିକ ଭାବେ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ତାଙ୍କର ଇସ୍ତଫା ପତ୍ର କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ବିଜେଡ଼ି ଦଳରୁ ନିଲମ୍ବନ କରାଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।
ସୂଚନା ଯୋଗ୍ୟ ଯେ ପୂର୍ବରୁ ବନ୍ତଳା ଗ୍ରାମ ପଂଚାୟତର ସମିତି ସଭ୍ୟ ବ୍ରଜ କିଶୋର ସାହୁ ଓ ତେଣ୍ଡାକୁଡ଼ା ପଂଚାୟତର ସମିତି ସଭ୍ୟ ବାସୁଦେବ ବେହେରା ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
