ଉଇସଡମ୍ ପବ୍ଲିକ ସ୍କୁଲରେ ବନ ମହୋତ୍ସବ ପାଳନ ଅବସରରେ ଚାରା ରୋପଣ 

କଟକ ସଦର,୧୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବୁଢିଆଣୀ ଠାକୁରାଣୀ ନିକଟରେ ଅବସ୍ଥିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ପକ୍ଷରୁ ଆଜି ମଙ୍ଗଳବାର ଦିନ ସ୍କୁଲର ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପରିଚାଳନାରେ ବନ ମହୋତ୍ସବ ପାଳନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଯୋଗ ଦେଇ ବର୍ଷାରେ ରାସ୍ତା କଡ଼ରେ ଚାରା ରୋପଣର ଶୁଭାରମ୍ଭ କରି ଜୀବ ଜଗତ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅସହ୍ୟ ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା ଭଳି ବିପଦ ମଣିଷ ସମାଜର ଭବିଷ୍ୟତକୁ ବିପର୍ଯ୍ୟୟ ସ୍ଥିତିକୁ ନେଇଯାଇଛି। ପରିବେଶ ପ୍ରଦୂଷଣର ଏହି ଦୁଃସ୍ଥିତିକୁ ଗଛ ହିଁ ଆମକୁ ରକ୍ଷା କରିବ ବୋଲି ଡଃ ଚୌଧୁରୀ କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ପ୍ରିନ୍ସିପାଲ ଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *