କେନ୍ଦ୍ରାପଡ଼ା, ୦୨/୦୧/୨୦୨୪ (ଓଡ଼ିଶା ସମାଚାର)-ଜନୈକ ଦଳିତ ମହିଳାଙ୍କ ଅଗୋଚରରେ ତାଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଋଣ ଉଠାଣ ହୋଇଥିବା ନେଇ ସଂପୃକ୍ତ ମହିଳା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲାର ରାଜନଗର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ରବିନ୍ଦ୍ର ସେଠୀଙ୍କ ପତ୍ନୀ ପ୍ରମିଳା ସେଠୀ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସେ କୋଇଲିପୁର ପ୍ୟାକ୍ସରେ ଗତ ୨୦୧୮ମସିହାରେ ୧୦ହଜାର ୭ଶହ ଟଙ୍କା କୃଷି ଋଣ କରି ଶୁଝି ଦେଇଥିଲେ । ଏହାପରେ ସେହି ସମିତିର ସମ୍ପାଦକଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ତାଙ୍କୁ କୌଣସି ଋଣ ପ୍ରଦାନ କରାଯାଇନଥିଲା । ଶ୍ରୀମତୀ ସେଠୀ ପରବର୍ତୀ ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜନଗର ଶାଖାରୁ ତାଙ୍କ ଆକାଉଂଟ ବହିର ଏକ ନକଲ ହାସଲ କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ଗତ ୨୫.୦୩.୨୦୧୯ରିଖରେ ୩୫ହଜାର ଟଙ୍କା, ୩୦.୧୨.୨୦୧୯ରେ ୬୧ହଜାର ଟଙ୍କା, ୩୦.୦୯.୨୦୨୦ରିଖରେ ୬୪ହଜାର ୨୫୦, ୧୫.୦୭.୨୦୨୧ରେ ୬୫ହଜାର ୬୮୦, ୩.୦୭.୨୦୨୩ରିଖରେ ୬୮ହଜାର ୫ଶହ ଓ ୭.୧୨.୨୦୨୩ରିଖରେ ୬୮ହଜାର ୫ଶହ ଟଙ୍କା କୃଷି ଋଣ ଉଠାଇ ନିଆଯାଇଛି । ଏହି ଋଣ ସମିତିର ସମ୍ପାଦକ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ସମିତିର ସମ୍ପାଦକଙ୍କୁ ପଚାରିବାରେ ସମ୍ପାଦକ ତାଙ୍କୁ ଜାତିଆଣ ଆଖେପ କରିବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଜଣେ ଦଳିତ ମହିଳାଙ୍କ ନାମରେ ତାଙ୍କ ଅଗୋଚରରେ ଋଣ କରି ଅର୍ଥ ଉଠାଇନେବା ଏବଂ ଗାଳିଗୁଲଜ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି ।
Related Posts
ମଣ୍ଡିରେ ସୁବ୍ୟବସ୍ଥିତ ଧାନ କ୍ରୟ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ବ
ଯାଜପୁର,୩୧/୧୨/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ଖରିଫ ଋତୁ ୨୦୨୫-୨୬ରେ ମଣ୍ଡିରେ ଧାନ କ୍ରୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୌତମ…
ଜିଲ୍ଲାସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କର୍ମଶାଳା
ଜଗତସିଂହପୁର,୨୮/୮/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ର ଓ ରଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ କାର୍ୟ୍ୟକାରୀ ହେବାକୁ ଯାଉଥିବା ଡ଼ିଜିଟାଲ ଫସଲ ସର୍ବେକ୍ଷଣ କାର୍ୟ୍ୟକ୍ରମର ଜଗତସିଂହପୁର…
ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନର ଉଦ୍ ଯାପନ ଉତ୍ସବ
ଜଗତସିଂହପୁର ୦୨/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜଳସଂପଦ ବିଭାଗ ଆନୁକୁଲ୍ୟରେ ପାଣିପଞ୍ଚାୟତ ପକ୍ଷପାଳନର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
