କଟକ ସଦର,୧୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ପୁରାତନ ସରକାରୀ ଚିନ୍ତାମଣି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି (ଏସ୍ ଏମ୍ ସି) ନିର୍ବାଚନ ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାୟୀ କରାଯାଇଛି।
ଏଥିରେ ୨୦ ଜଣ ଅଭିଭାବକ/ ଅଭିଭାଵିକା ଙ୍କ ସହିତ ୫ ଜଣ ନିମନ୍ତ୍ରିତ ସଦସ୍ୟ ଙ୍କ ସହିତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ବେହେରା ସଂପାଦିକା ରହିଥିବା ବେଳେ ସଭାପତି ଭାବେ ତିନି ଜଣ ପ୍ରତିଦ୍ୱନ୍ଦୀ ଙ୍କ ମଧ୍ୟରୁ ପୁରାତନ ଛାତ୍ର ଜ୍ଞାନ ରଞ୍ଜନ ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦେବେନ୍ଦ୍ର ମହାନ୍ତି ଙ୍କୁ ହରାଇ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଉପସଭାପତି ଭାବେ ଶୋଭାରାଣୀ ମହାରଣା ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ ସଭାପତି ଜ୍ଞାନ ରଞ୍ଜନ ଙ୍କୁ ବହୁ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।
