ଉପାନ୍ତ ଅଞ୍ଚଳ ଭଳି ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଫକିରପଡା ହରିଜନ ସାହିର ଲୋକେ

କଟକ ସଦର ,୨୦/୦୬/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଫକିରପଡା ଭୋଇ ସାହିର ଲୋକେ ଦୀପତଳ ଅନ୍ଧାର ଭଳି ବର୍ଷ ବର୍ଷ ଧରି ଜଳ ବନ୍ଦୀ ସମସ୍ୟା ଭୋଗ କରୁଥିବା ବେଳେ ରାଜନୈତିକ ଇଛା ଶକ୍ତି ଅଭାବରୁ ଆଜି ପର୍ଯ୍ୟନ୍ତ ତାହାର କୈଣସି ପ୍ରତିକାର ନହେବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜଳ ନିଷ୍କାସନ ର ସୁବିଧା ନଥିବାରୁ ଏଵଂ ଏଠାରେ ଥିବା ଡ୍ରେନ ସଫେଇ ନହେବା ସହ ନିଷ୍କାସନ ର ନାଳୀ ସବୁ ଜମିରେ ମିଶି ଯାଇଥିବା ରୁ ଅସରାଏ ବର୍ଷାରେ ରାସ୍ତା ଜଳାର୍ଣ୍ଣଵ ହେଉଛି।

ଯାହା ଫଳରେ ଲୋକମାନେ ଏଥିପାଇଁ   ଘରୁ ଵାହାରି ପାରୁନଥିବା ବେଳେ ଲୋକମାନେ ଚର୍ମ ରୋଗ, ଜ୍ୱର ଓ‌ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଜଣାପଡିଛି। ଭୋଟ ସମୟରେ ଏହି ମୂଖ୍ୟ ସମସ୍ୟା କୁ ସମାଧାନ କରିବେ ବୋଲି ପ୍ରାର୍ଥୀମାନେ ଦୃଢ଼ ପ୍ରତିଶ୍ରୁତି ଦେଇ ଯାଇଥିବା ବେଳେ ନିର୍ବାଚିତ ହେବା ପରେ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଯାଇଥିବା ଅଭିଯୋଗ ହେଉଛି।

ସେହିପରି ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟ ଜଳର ଵ୍ୟଵ୍ୟସ୍ଥା ହୋଇନଥିବାରୁ ଲୋକମାନେ ଉପାନ୍ତ ଅଞ୍ଚଳ ଭଳି ଦୁଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପ୍ରଶାସନ ଠାରେ ଫକିରପଡା ସମିତି ସଭ୍ୟ ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ରାଉତ ଦାବି କରିଛନ୍ତି  ।

Leave a Reply

Your email address will not be published. Required fields are marked *