ପଣ୍ଡିତ ପ୍ରମୋଦ ମିଶ୍ର ଙ୍କ ପୁତ୍ର ରାଜା ର ଅକାଳ ବିୟୋଗ 

ଭୁବନ ୧୩/୦୭/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ,କବି,ଲେଖକ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ଏକମାତ୍ର ପୁତ୍ର ଓମ୍ ପ୍ରକାଶ ମିଶ୍ର ଓରଫ ରାଜା (୪୬) ଙ୍କ ର ଅକାଳ ବିୟୋଗ ହୋଇଯାଇଛି ।

ସେ ବହୁମୂତ୍ର,ବୃକକ୍ ଏବଂ ହୃଦୟ ରୋଗରେ ପୀଡ଼ିତ ହୋଇ ହୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରବିବାର ରାତି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।ସ୍ୱର୍ଗତ ରାଜା ଏକାଧାରରେ ଜଣେ ଅତ୍ୟନ୍ତ ଶାନ୍ତ, ସରଳ,ଅମାୟିକ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *