ଇନର ହୁଇଲ ତୋଷାଳୀର ସଂସ୍ଥାପନୀ କରଣ ଦିବସ

ଭୁବନେଶ୍ୱର,୧୩/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ଵର ସ୍ଥିତ ଇନର ହୁଇଲ କ୍ଲବ ତୋଷାଳୀର ସଂସ୍ଥାପନୀ କରଣ ଦିବସ ଅନୁଷ୍ଠିତ ହୋଇଯାଇଛି ।  ଆର୍ଯ୍ୟ ପ୍ୟାଲେସ ଠାରେ ଏହି ଦିବସ ଟି ବହୁ ସମାରୋହ ରେ ପାଳନ କରାଯାଇଥିଲା ।  କ୍ଲବର ପିଡ଼ିସି ଶ୍ରୀମତୀ ଇନା ପୁରୋହିତ ଅଧ୍ୟ କ୍ଷତା କରିଥଲେ ।

 ଡିଷ୍ଟ୍ରିଟ ଆଇ ଏସ ଓ ଶ୍ରୀମତୀ ମମତା ବାଜପେୟୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  ଚଳିତ ବର୍ଷ ପାଇଁ ଶ୍ରୀମତୀ ସୋନାଲା ମୁଖାର୍ଜୀ ସଭାପତି ରୂପେ , ଶ୍ରୀମତୀ କିରଣ ବାଳା ମିଶ୍ର ସମ୍ପାଦିକା ରୂପେ ପୁନର୍ବାର ଚୟନ କରାଯାଇଥିଲା । ଶ୍ରୀମତୀ ଋତୁପର୍ଣା ସାଠିଆ କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା  କରିଥିଲେ  । କାର୍ଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *