ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ।

କଟକ,୧୭/୦୨/୨୦୨୪ (ଓଡ଼ିଶା ସମାଚାର)  : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ପ୍ରଧ୍ୟାପକ ବରଦା ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରସିକ୍ଷୀକା ସସ୍ମିତା ଦାସ ତାଲିମ ୮ ଦିନ ଧରି   ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଉତ୍ତମ କୁମାର ନାୟକ  ସାମ୍ପ୍ରତିକ ସମୟରେ ମହିଳାଙ୍କ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ ସହ ଅଧ୍ୟାପକ ଗୌତମ ରାଉତ ମହିଳା ମାନଙ୍କର ଆତ୍ମରକ୍ଷା କୌଶଳର  ଗୁରୁତ୍ୱ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଗୁରୁପ୍ରସାଦ ପରିଡ଼ା ଅଧ୍ୟାପକ ଜଗବନ୍ଧୁ ମଲ୍ଲିକ ପ୍ରମୁଖ ଆତ୍ମସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା କ୍ରୀଷ୍ଣା ରାଣୀ କଳା ଶିବିର ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *