କଟକ ସଦର,୧୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ଚୌଦ୍ୱାର-କଟକ ର ପୂର୍ବତନ ବିଜେଡି ବିଧାୟକ ଦଳରୁ ନିଲମ୍ବିତ ହେଵା ପରଠାରୁ ବିଜେପିକୁ ଯାଇଁ ପଦ୍ମ ଧରିଵେ ବୋଲି ଗତ କିଛି ଦିନ ଲାଗି ରହିଥିବା କଳ୍ପନା ଜଳ୍ପନା ର ଆଜି ରବିବାର ଦିନ ଅନ୍ତ ଘଟିଛି।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଭାତ ବିଶ୍ବାଳ ଆଜି ମହାନଦୀ ବିହାର ବାସଭବନରେ ବିଧାୟକ ପୁଅ ସୈ।ଭିକ୍ ବିଶ୍ୱାଳ, ପତ୍ନୀ ପୂର୍ବତନ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ଓ ଡାକ୍ତର ବୋହୂ ଙ୍କ ସହିତ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଥାଟଵାଟ ନେଇ ଵୀରଦର୍ପରେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ବିଜେପି କାର୍ଯ୍ୟାଳୟ ଠାରେ ପ୍ରଭାତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ବିଜେପି ସଭାପତି ରାଜ୍ୟସଭା ସାଂସଦ ମନମୋହନ ସାମଲ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ଗ୍ରାମୀଣ ସଭାପତି ରାମନାରାୟଣ ମହାନ୍ତି ପ୍ରମୁଖ ବହୁ ନେତୃମଣ୍ଡଳୀ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ। ଏପଟେ କଟକରେ ବିଜେଡ଼ି ଭାଡି ଖାଲି ହେଉଥିବା ଚର୍ଚ୍ଚା ହେଉଥିଲା ବେଳେ ସେପଟେ ଦଳଛଡା ଙ୍କ ପାଇଁ ବିଜେଡିରେ କିଛି ଫରକ ପଡିବ ନାହିଁ ବୋଲି ବିଜେଡ଼ି କହିଛି।ପ୍ରଭାତ ବିଶ୍ବାଳ କେବଳ ଚିଟଫଣ୍ଡ ଠକେଇ ମାମଲାରୁ ବର୍ତ୍ତିବାକୁ ବିଜେପି ୱ।ସିଙ୍ଗ୍ ମେସିନ ରେ ସଫା ହେବାକୁ ଯାଇଛନ୍ତି ବୋଲି କେଏମସି ମେୟର ସୁବାସ ସିଂହ କହିଛନ୍ତି।
