ଗରଦପୁର,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ବୟଷ୍କ ନାଗରିକ ତଥା ବୃଦ୍ଧ ବୋଲବମ୍ ସଂଘ ପକ୍ଷରୁ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖ ଭାଗ ତଥା ହରଗୌରୀ ଆଶ୍ରମ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ବଟ ଓ ଅଶ୍ୱସ୍ଥ ବୃକ୍ଷ ରୋପଣ କରାଯାଇଛି । ଗ୍ରାମର ୬୦ରୁ ଉଦ୍ଧ୍ୱର୍ ବୟଷ୍କ ନାଗରିକମାନେ ହାତରେ ବଟ ଓ ଅଶ୍ୱସ୍ଥ ବୃକ୍ଷ ଧରି ଗ୍ରାମର ସ୍କୁଲ ନିକଟରୁ ବାହାରି ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ମୁଖ୍ୟ ସମାଜସେବୀ ଭଗବାନ ଜେନା ଉପସ୍ଥିତ ରହି ପୃଥିବୀରେ ଜଳବାୟୂ ପରିବର୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବାବେଳେ,ଆଜିର ଦିନରେ ବ୍ୟାପକ ଭାବରେ ବୃକ୍ଷ ରୋପଣ ସମ୍ପର୍କରେ କହିଥିଲେ । ସ୍ୱେଛାସେବୀ ମଂଟୁ ମହାନ୍ତି ବୟଷ୍କ ନାଗରିକମାନଙ୍କ ପକ୍ଷରୁ ଅନୁଷ୍ଠିତ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ରାସ୍ତା ପାଶ୍ୱର୍ ଏବଂ ଗୋଚର ଜମି ପାଶ୍ୱର୍ରେ ଲଗାଯାଇଥିବା ୫୦ରୁ ଉଦ୍ଧ୍ୱର୍ ବଟ ଓ ଅଶ୍ୱସ୍ଥ ବୃକ୍ଷରୋପଣ କରାଯିବା ପରେ ସମସ୍ତ ବୃକ୍ଷକୁ ସୁରକ୍ଷା କରାଯିବା ପାଇଁ ବାଡବନ୍ଦି କରାଯାଇ ସୁରକ୍ଷା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ରନାଥ ବେହେରା,ପବିତ୍ର କୁମାର ମହାନ୍ତି,ସରୋଜକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ବୟଷ୍କ ନାଗରିକମାନଙ୍କ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗ୍ରାମ ତଥା ଅଂଚଳରେ ପ୍ରସଂଶା କରାଯାଇଛି ।
