କଟକ କୁ ଘେରିଛି ପ୍ରଦୂଷଣ ଵିଷ, ସକାଳ ସଂଧ୍ୟାରେ ବାହାରେ ବୁଲିବା ବିପଦ

କଟକ ସଦର,୨୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶୀତର ପ୍ରକୋପ ଯେତିକି ବଢ଼ି ବଢ଼ି ଚାଲିଛି ପ୍ରଦୂଷଣ ଵିଷ ସେତିକି ମାତ୍ରାରେ ମାଡ଼ି ଚାଲିଛି। ରାଜ୍ୟର ୭ ଟି ସହର ମଧ୍ୟରେ କଟକ ରେ ବାୟୁର ମାନ(ଏକ୍ୟୁଆଇ) ୩୧୦ ରେ ରହିଥିବା ରୁ ବାୟୁ ମଣ୍ଡଳ ବିଗିଡିଵାରେ ଲାଗିଛି।

ଯାହାଫଳରେ ସଂଧ୍ୟା ଅପେକ୍ଷା ସକାଳେ ବୟସ୍କ ବ୍ୟକ୍ତି,ଛୋଟ ପିଲା, ଅସୁସ୍ଥ ବ୍ୟକ୍ତିମାନେ ବାହାରେ ବୁଲିବା କିମ୍ବା ପ୍ରାତଃ ଭ୍ରମଣ କରିବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ନୂଆବର୍ଷ ଜାନୁଆରୀ ଅଧାଯାଏ ଆହୁରି ଅସହ୍ୟ ଶୀତ ସାଙ୍ଗକୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଲୋକମାନେ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *