ବିଜେପି ପକ୍ଷରୁ ଅଟଳଜୀଙ୍କ ପାଇଁ ତିଳ ତର୍ପଣ

କଟକ ସଦର, ୧୬/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଜେପି ପକ୍ଷରୁ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ଙ୍କ ନେତୃତ୍ଵରେ ଆଜି ଶନିବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ,ମହାନ ଲୋକନାୟକ, ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଙ୍କ ୭ ମ ବାର୍ଷିକ ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାନଦୀ ରେ ତିଳ ତର୍ପଣ ସହିତ ନାଗେଶ୍ଵରନାଥ ଶିଵ ମନ୍ଦିର ରେ ସମୁହ ଦୀପଦାନ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଦାସ,ଦେଵୀ ପତି, ଗୋକୁଳ ପ୍ରଧାନ, ପଣ୍ଡିତ ହୃଦାନନ୍ଦ, ସଂଜୟ ସାହୁ,ପିୟୁଷ ପରିଡ଼ା, ବଳରାମ ଦାସ,ଵିକ୍ରମ ମାଝି ପ୍ରମୁଖ ବହୁ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ନିର୍ବାଚନ ପରଠାରୁ କୋଣଠେସା ହୋଇଥିବା ବିଜେପି କର୍ମୀ ଓ ନେତା ମାନେ ଏଵେ ଗତକାଲି ଅଗଷ୍ଟ ୧୫ ସ୍ୱ।ଧିନତା ଦିବସରୁ ସକ୍ରିୟ ହେଉଥିବା କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *