ମା’ ହସ୍ତିଵାହିନୀ ଠାକୁରାଣୀଙ୍କ ମନ୍ଦିର ନିର୍ମାଣ ଵିଵାଦ: ସ୍ପଷ୍ଟୀକରଣ ରଖିଲା ଟ୍ରଷ୍ଟ ବୋର୍ଡ

କଟକ ସଦର, ୧୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ରାଜହଂସ ଡିହସାହିର ଅଧିଷ୍ଠାତ୍ରୀ ଦେବୀ ମା’ ହସ୍ତିଵାହିନୀ ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣକୁ ନେଇ ବିବାଦ ଉପୁଜିଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ବିଶ୍ୱଜିତ୍ ସ୍ୱାଇଁ ଙ୍କ ପକ୍ଷରୁ ଗତିରାଉତ ପାଟଣା କଲ୍ୟାଣ ମଣ୍ଡପ ଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡ ଏହାର ସ୍ପଷ୍ଟୀକରଣ ରଖିଛି।

ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ଗ୍ରାମବାସୀ ଙ୍କ ସାହାଯ୍ୟ ସହଯୋଗ, ସରକାରୀ ନୀତି ନିୟମ, ପରମ୍ପରା ଓ ସଂସ୍କୃତି ସହିତ ଦେବୋତ୍ତର ବିଭାଗର ଅନୁମତି ଅନୁସାରେ କାର୍ଯ୍ୟ ଆଗେଇ ଚାଲିଛି ବୋଲି ଟ୍ରଷ୍ଟି ଶ୍ରୀ ସ୍ୱାଇଁ କହିଛନ୍ତି। ଠାକୁରାଣୀ ଙ୍କ ପୁରୁଣା ମନ୍ଦିର ବିପଦପୂର୍ଣ୍ଣ ଥିବା ସରକାରୀ ଘୋଷଣା ନାମା ଅନୁଯାୟୀ ନୂତନ ମନ୍ଦିର ନିର୍ମାଣ ର ଆବଶ୍ୟକତା ଥିବା ବେଳେ ଏଥିରେ କୌଣସି ବିବାଦ ନାହିଁ କି ଆଗକୁ ବି ରହିବ ନାହିଁ ବୋଲି କହିଛନ୍ତି।

ସେଥିରେ ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ଗତ ଜୁନ୍ ୧୭ ତାରିଖରୁ ସରିଯାଇଥିବା ବେଳେ ଟ୍ରଷ୍ଟ ବୋର୍ଡ କିପରି ସାମ୍ବାଦିକ ସମ୍ମିଳନୀ ଡାକିଲା ବୋଲି ପ୍ରଶ୍ନରେ ମନ୍ଦିର ନିର୍ମାଣକୁ ଦୃଷ୍ଟିରେ ରଖି ଦେବୋତ୍ତର ବିଭାଗ ବୋର୍ଡ଼ କୁ ଆଉ ଛଅ ମାସ ବର୍ଦ୍ଧିତ କରିଛନ୍ତି ବୋଲି ଉତ୍ତରରେ ଟ୍ରଷ୍ଟି ବିଶ୍ୱଜିତ୍ ସ୍ୱାଇଁ କହିଥିଲେ। ଏଥିରେ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ବିଶ୍ୱଜିତ୍ ସ୍ୱାଇଁ ଙ୍କ ସମେତ ସଭ୍ୟ କୁଞ୍ଜବିହାରୀ ଜେନା, ପ୍ରମୋଦ ଦଳାଇ, ଶିବପ୍ରସାଦ ପ୍ରଧାନ,ଅନାମ ଚରଣ ପଣ୍ଡା, ମନୋରଞ୍ଜନ ପ୍ରଧାନ,ଚଗଲା ସିଂହ, ଜଗନ୍ନାଥ ରଥ, ସନ୍ତୋଷ କୁମାର ଜେନ ଙ୍କ ସମେତ ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *