ମାହାଙ୍ଗା,୧୦/୦୭/୨୦୨୬( ଓଡିଶା ସମାଚାର / ଅଭୟ ଜେନା )-ଗତକାଲି ଗୁରୁବାର ରାତି ୧୧ ଟା ରେ ୩ ଜଣ ଦୁର୍ବୁତ୍ତ ଲଙ୍କା ଗୁଣ୍ଡ ସ୍ପ୍ରେ ଓ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ବାସୁଦେବପୁର ପଂଚାୟତ ର ବରଅଠା କୌଡୁକୋଲ ରାସ୍ତାରେ ।
ରବୀନ୍ଦ୍ର ସାହୁ କୌଡୁକୋଲ। ଠାରେ ଶୁଭମ୍ ମେଡିକାଲ୍ ଷ୍ଟୋର ଔଷଧ ଦୋକାନରୁ ଘରକୁ ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ ପିଛା କରି ତାଙ୍କୁ ଅଟକାଇ ଲଙ୍କା ଗୁଣ୍ଡ ଓ ସ୍ପ୍ରେ ପକାଇବା ସହ ବନ୍ଧୁକ ଦେଖାଇ ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର । ତେବେ ଏଭଳି ଘଟଣା କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ରବିନ୍ଦ୍ର ସାହୁ ।
ବଡ଼ କଥା ହେଉଛି କି ବଡ଼ଚଣା ଓ ମାହାଙ୍ଗା ଥାନା ର ସୀମାବର୍ତ୍ତି ସ୍ଥାନ ହୋଇଥିବାରୁ ଦୁର୍ବୃତ ମାନେ ଡକାୟତି କରିବାକୁ ନିରାପଦ ମଣୁଛନ୍ତି । ଦୁର୍ବୃତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ସହ ଏହି ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
