ଏବିଭିପି ର ୭୮ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନ ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନ ନଗର ଶାଖା ଆନୁକୂଲ୍ୟରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଓ ଭୁବନ ମହିଳା ମହାବିଦ୍ୟାଳୟ ପରିସରରେ ସଂଗଠନର ୭୮ତମ ସ୍ଥାପନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହେବା ସଙ୍ଗେ ସଙ୍ଗେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି ।

ଏହି ମହତ୍ ସାମାଜିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ କାମାକ୍ଷାନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘନ ଜେନା, ବିଡ଼ିଓ ଭୁବନ ଶ୍ରୀମତୀ ଆୟୁଷି ମହାପାତ୍ର, କାମାକ୍ଷାନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଭୁବନ ମହିଳା ମହାବିଦ୍ୟାଳୟ ରେ ଏବିଭିପିର ଓଡ଼ିଶା ପ୍ରାନ୍ତ ପ୍ରମୁଖ ତଥା ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ

ଅଧ୍ୟାପକ ଦିଲ୍ଲୀପ୍ କୁମାର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂଜା ପ୍ରଧାନ, ନଗର ସଭାପତି ଥବିର ଭୋଇ, ନଗର ସମ୍ପାଦକ ଜ୍ଞାନ ରଞ୍ଜନ ଗୁରୁ, ଛାତ୍ର ନେତା ପ୍ରଜ୍ଞରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାସ, ସ୍ମୃତିରଞ୍ଜନ ସାହୁ ଓ ନଗର ଛାତ୍ରୀ ନେତ୍ରୀ ଶ୍ରୀୟା ବାରିକ, ଜ୍ୟୋସ୍ନା ଙ୍କ ସହ ନଗର ଶାଖା ର ସମସ୍ତ ପୁରାତନ ଓ ବର୍ତ୍ତମାନ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣ ବିଦ୍ୟାର୍ଥୀ ପରିଷଦର ଦେଶ ଗଠନ ପ୍ରକ୍ରିୟା ଓ ଶିକ୍ଷା କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବିଦ୍ୟାଳୟର ଅଗଣିତ ଛାତ୍ରଛାତ୍ରୀ ଏବଂ ସଂଗଠନର କର୍ମକର୍ତ୍ତାମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *