ମାହାଙ୍ଗା,୨୦/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-କୁମୁଡା ଜଇପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ଗ୍ରାମର ଗୁନାନନ୍ଦ ବେହେରା (୬୫)ନାମକ ଜନୈକ ଦଳିତ ବ୍ୟକ୍ତିଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି ।
ଜଣେ ଶ୍ରମଜୀବୀ ଭାବେ ଗୁଜୁରାଣ ମେଣ୍ଟାଉଥିବା ଗୁନାନନ୍ଦଙ୍କୁ ବିଷଧର ସାପ ଦଂଶନ କରିବା ଜଣାପଡିବା ପରେ ତାଙ୍କୁ ମାହାଙ୍ଗା ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ହସ୍ପିଟାଲରେ ଦେହାନ୍ତ ହୋଇଯାଇଥିଲା । ଡାକ୍ତରଖାନା ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଛି । ଗୁନାନନ୍ଦ ଜଣେ ପରୋପକାରୀ ମିଷ୍ଟଭାଷୀ ଏବଂ ଅମାୟିକ ବ୍ୟକ୍ତି ଥିଲେ l ତା’ଙ୍କ ବିୟୋଗରେ କୁହୁଣ୍ଡା ପଞ୍ଚାୟତରେ ଶୋକରଛାୟା ଖେଳି ଯାଇଛି ।
