କେନ୍ଦ୍ରାପଡ଼ା,୨୨/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଚଳଚିତ୍ର ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହି ଉପଲକ୍ଷେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚଳଚିତ୍ର ପ୍ରଯୋଜକ ତଥା ବିଶିଷ୍ଠ ବ୍ୟବସାୟୀ ସ୍ୱର୍ଗତ ରବୀନ୍ଦ୍ର ମୋହନ ସାହୁଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସଂସଦ ସମ୍ପାଦକ ମୁକ୍ତାର ଖାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଣଧୀର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଧରଣୀଧର ସୁଆର, ସରୋଜରାଜ ସିଂହ, ପ୍ରଫୁଲ୍ଲ ସାହୁ, ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡା, ଗୋଲଖ ଚନ୍ଦ୍ର ପଢିଆରୀ, ଶରତ ବେହୁରା, ଶୈଳବାଳା ସାମଲ, ମାଧବ ଦାସ, ଅବନ୍ତୀ ବେହେରା, ଉପେନ୍ଦ୍ର ବେହେରା, ଶ୍ରୀଧର ନାଥ, ସାମ୍ବାଦିକ ଚିତରଞ୍ଜନ ଦାସ, ପ୍ରଫୁଲ୍ଲ ସାହୁ, ସେକ ସାମା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
