କଟକ, ୧୭/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ସାରା ଦେଶରେ ଏକପେଡ୍ ମ’କେ ନାମ୍ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ୬.୭୨ କୋଟି ଚାରା ରୋପଣ କରାଯାଇଛି । ଆମ ରାଜ୍ୟରେ ୭.୫ କୋଟି ଚାରା ରୋପଣ ଲକ୍ଷ ରଖାଯାଇଛି ।
ଏହି କ୍ରମରେ ବାବା ଶ୍ରୀ ରାମ ପ୍ରସାଦ ସଂସ୍କୃତ ଏକାଡେମୀ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ଚାରା ଗୁଡ଼ିକୁ ରୋପଣ କରାଯାଇଛି । ସ୍ଥାନୀୟ ସରପଞ୍ଚ ରୋହିଣୀ ଭୋଇ, ସିଆରସିସି ସୁବିଧା ଦିଦି, ପ୍ରଧାନ ପଣ୍ଡିତ ଘନଶ୍ୟାମ ମୁଦୁଲି, ପଣ୍ଡିତ ଅଜୟ କୁମାର ପତି ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କୁ ଆଜି ଦିବସର ସରକାରଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମହନୀୟତା ଓ ଭବିଷ୍ୟତର ଉପକାରୀତା ବିଷୟରେ ସମ୍ୟକ ସୁଚନା ଦେବାପରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ସଦାଶିବ ପାଲ, ବନବିହାରୀ ପାତ୍ର, ସୁଧାଂଶୁ ମହାନ୍ତି, ହୃଦରଞ୍ଜନ ଦାଶ, ଭବାନୀ ମିଶ୍ର, ଧିରେନ୍ଦ୍ର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।
