ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୬୧ ତମ ପ୍ରତିଷ୍ଠା ଦିବସ ପାଳିଲେ ପୁରାତନ ଛାତ୍ର ପରିଷଦ । 

ବ୍ୟାସନଗର ୦୭/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୬୧ ତମ ପ୍ରତିଷ୍ଠାଦିବସ ଉପଲକ୍ଷେ ବ୍ୟାସନଗର ମହାବିଦ୍ୟାଳୟ ର ପୁରାତନ ଛାତ୍ର ପରିଷଦ (ଆଲମୁନି )ପକ୍ଷରୁ ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବା ସହିତ ସେଠାରେ ଆଲମୁନି ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ  ସଭା ଆୟୋଜନ ହୋଇଥିଲା । ଏହି ସମାବେଶ ରେ ପ୍ରଥମେ କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ଓ ଛାତ୍ରପରିଷଦ ର ଆବାସିକ ସମ୍ପାଦକ ଡ଼ କୁଶ ଚନ୍ଦ୍ର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ମହାବିଦ୍ୟାଳୟ ରେ ଦେଖାଯାଇଥିବା ବ୍ୟାପକ ଅବ୍ୟବସ୍ଥା ସମ୍ପର୍କ ରେ ଆଲମୁନି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବାକୁ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଲମୁନି ର ସମ୍ପାଦକ ନିତ୍ୟାନନ୍ଦ ମହାଳିକ, ଉପସଭାପତି ପ୍ରଫୁଲ ନାୟକ, ଶିକ୍ଷାବିତ୍ ଡ଼ ଦେବସ୍ମିତା ସାହୁ, ଆଇନଜୀବି ଲୋକନାଥ ରାଉତ ,କାଉନସିଲର ଶିବାନନ୍ଦ ନାୟକ ଓ ଅରୁଣ କୁମାର ରାଉତ ପ୍ରମୁଖ ନିଜ ନିଜର ଅଭିଭାଷଣ ରେ ୬୧ ବର୍ଷରେ ପର୍ଦାପଣ କରିଛି କିନ୍ତୁ ଏହି ମହାବିଦ୍ୟାଳୟ ଵିକାଶ ଅନ୍ୟ ମହାବିଦ୍ୟାଳୟ ଠାରୁ ପଛରେ ପଡିଛି । ମହାବିଦ୍ୟାଳୟ ର ପରିଚାଳନାଗତ ତ୍ରୁଟି ଯୋଗୁ ମହାବିଦ୍ୟାଳୟ ଉନ୍ନତି ହୋଇ ପାରୁ ନାହଁ । କଲେଜ ର କର୍ତୃପକ୍ଷ ପରିବେଶ ପ୍ରତି ଦୁଷ୍ଟି ନ ଦେବାରୁ ପରିବେଶ  ନଷ୍ଟ ହୋଇଛି ବୋଲି ପୁରାତନ ଛାତ୍ରନେତା ମାନେ ଅଭିଯୋଗ କରି ଏହି କଲେଜ ର ସ୍ୱୟଂ ଶାସିତ ମାନ୍ୟତା ରଖିବା ଓ ଗୁଣାତ୍ମକଶିକ୍ଷା ଉପରେ ଆଲୋକପାତକରିଥିଲେ ।  ଶେଷରେ ସୁଦୀପ୍ତ ମିଶ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *