ବିଜୟ ଉଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଗରଦପୁର, ୦୨/୧୨/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ାସ୍ଥିତ ବିଜୟ ଉଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭୁତି ଭୁଷଣ ବେଉରା , ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ମହମ୍ମଦ ମାସୁଦ ଅଲୀ , ସମ୍ମାନୀତ ଅତିଥି ଭାବେ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ତନୁଜା ବିଶ୍ୱାଳ ଓ ବାଣିଜ୍ୟ ବିଭାଗ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତିସ୍ମିତା ଜେନା ଯୋଗଦେଇ ଏଡ଼ସ୍ ରୋଗର କାରଣ,ନିରାକରଣ ଓ ଭୟାବହତା ଉପରେ ଆଲୋକପାତ କରିଥିଲେ ।

ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ଶିକ୍ଷା ବିଭାଗ ଅଧ୍ୟାପକ ବସନ୍ତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା ସ୍ୱେଛାସେବୀ ଓ ଯୁବ ରେଡ଼କ୍ରସ୍ ସ୍ୱେଛାସେବୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ଲୋଗାନ, ବକ୍ତୃତା ଓ ଅଭିନୟ ମାଧ୍ୟମରେ ସଚେତନତା ସହ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିସୁରକ୍ଷା ବାର୍ତା ପ୍ରଚାର କରିଥିଲେ । ଉଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ସୋନାଲିସା ମହାନ୍ତି,ରାଧେଶ୍ୟାମ ଦାଶ, ରଣଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଯୁବ ରେଡ଼କ୍ରସ୍ ର ସଂଯୋଜକ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *