ନିରାକାରପୁର,୦୨/୦୨/୨୦୨୪ (ଓଡ଼ିଶା ସମାଚାର)-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାର ପରିସରରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ପ୍ରଶ୍ନମଂଚ ପ୍ରତିଯୋଗିତା ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ, ସାଧାରଣଜ୍ଞାନ ଓ ବୌଦ୍ଧିକ ବିକାଶ ପାଇଁ ଏହି ଭଳି କାର୍ଯ୍ୟକ୍ରମର ନିତ୍ୟାନ୍ତ ଆବଶ୍ୟକ ଏବଂ ଏହାକୁ ସଫଳ କରିବାରେ ଗୁରୁଜୀଗୁରୁମାଙ୍କ ଅବଦାନ ପ୍ରଶଂସନୀୟ ଥିଲା ବୋଲି ସମ୍ପାଦକ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିରର ପ୍ରାତଃ ଓ ଦିବସ ପର୍ଯ୍ୟାୟର ମୋଟ ୯୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ଉପକନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଓମ୍ ପ୍ରଭା ପ୍ରିୟଦର୍ଶିନୀ ନାୟକ, ଅମିତ୍ ହାତୀ , ସୁଦେତା ବଳିୟାରସିଂହ ଦ୍ୱିତୀୟ ସ୍ଥାନ – ଆରାଧ୍ୟା ବେହେରା , ସତ୍ୟଜିତ୍ ପଲେଇ , ସ୍ୱୟଂଶ୍ରୀ ମହାପାତ୍ର ତୃତୀୟ ସ୍ଥାନ ବିଜେଶ ବୈରୀଗଞ୍ଜନ , ସାହିଲି ମଙ୍ଗରାଜ , ଦୀକ୍ଷିତା ମହାପାତ୍ର କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅବିନାଶ ବଳିୟାରସିଂହ , ଲକ୍ଷ୍ମୀରଞ୍ଜନ ସାମନ୍ତ , ଶୁଭଶ୍ରୀ ଶ୍ରୀଚନ୍ଦନ ଦ୍ୱିତୀୟ ସ୍ଥାନ ସ୍ମୃତିପ୍ରଜ୍ଞା ନାୟକ , ସୁଦର୍ଶନ ରଣସିଂହ , ବିଭୁପ୍ରସାଦ ବେହେରା ତୃତୀୟ ସ୍ଥାନ ମୋନାଲିସା ବଳିୟାରସିଂହ , ସୌଦାମିନୀ ରାଉତରାୟ , ଶୁଭଙ୍କର ନାୟକ ଉପବରିଷ୍ଠ ବିଭାଗର ପ୍ରଥମ ସ୍ଥାନ ଦୀକ୍ଷିତା ସାମନ୍ତ , ତନୁଶ୍ରୀ ବେହେରା , ଅଂଶୁମାନ ତ୍ରିପାଠୀ , ସ୍ୱଂୟଶ୍ରୀ ସାମନ୍ତରାୟ , ଶୁଭଙ୍କର ମିଶ୍ର , ଓମ୍ ନାରାୟଣ ପୁରୀ ଦ୍ୱିତୀୟ ସ୍ଥାନ ଆରାଧ୍ୟା ସୁବୁଦ୍ଧି , ସୋନାକ୍ଷୀ ପୃଷ୍ଟି , ପ୍ରସାଦ ଶ୍ରୀଚନ୍ଦନ ବରିଷ୍ଠ ବିଭାଗର ପ୍ରଥମ ସ୍ଥାନ ସ୍ୱାତୀ ନିଶଙ୍କ, ଶିବାନନ୍ଦ ପାଇକରାୟ , ଆକାଂକ୍ଷା ଦାଶ ଦ୍ୱିତୀୟ ସ୍ଥାନ ସମୀକ୍ଷା ମିଶ୍ର , ରଶ୍ମିରଞ୍ଜନ ବଳିୟାରସିଂହ , ଅବିନାଶ ଦାସ ତୃତୀୟ ସ୍ଥାନ ଶୁଭସ୍ମିତା ସୁନ୍ଦରାୟ, ସାଇସ୍ୱସ୍ତିକ ବେହେରା , ଶୁଭଲକ୍ଷ୍ମୀ ମାର୍ଥା ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ହୋଇଥିବା ଅଡିଓ ଭିଡିଓ ରାଉଣ୍ଡର ସମସ୍ତ ପ୍ରସ୍ତୁତି ଦାୟିତ୍ୱ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ନିହାର ରଂଜନ ସାମନ୍ତସିଂହାର ଓ ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ ନେଇଥିଲେ । ସମସ୍ତ ବିଭାଗର ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ସଫଳ ପ୍ରତିଯୋଗୀମାନଙ୍କ ଦାୟିତ୍ୱରେ ଥିବା ଗୁରୁଜୀ ଗୁରୁମାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଗୁରୁମା , ମିନତୀ ଗୁରୁମା , ରାଜଲକ୍ଷ୍ମୀ ଗୁରୁମା , ଟିକନ ଗୁରୁମା , ଗୋପାଳ ଗୁରୁଜୀ , ଜିତେନ୍ଦ୍ର ଗୁରୁଜୀ , ବିନୋଦ କୁମାର ବାରିକ ଗୁରୁଜୀ , ସର୍ବେଶ୍ୱର ଗୁରୁଜୀ , ଲିପକ ଗୁରୁଜୀ , ଆଦିତ୍ୟ ଗୁରୁଜୀ , କିଶୋର ଗୁରୁଜୀ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।