ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ
ଭୁବନେଶ୍ୱର,୦୭/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସର ଓ ଧଉଳି ପାଦଦେଶରେ ବିଭିନ୍ନ ଫଳ ଓ ଫୁଲଗଛ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ ଏସ ଏସ ସ୍ବେଚ୍ଛାସେବୀ ଓ ମଦରସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ବନ ମହୋତ୍ସବ ଅବସରରେ ଗଛ ଲଗାଇବା ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ।
ପରେ ଛାତ୍ରଛାତ୍ରୀମାନେ ପିଜୁଳି,ଡାଳିମ୍ବ,ଜାମୁକୋଳି, ଅଁଲା,କୃଷ୍ଣଚୂଡ଼ା,ରାଧାଚୁଡ଼ା, ଅଶୋକ ଓ ସୁନାରି ଆଦି ଫଳ ଓ ଫୁଲଗଛ ଚାରା ରୋପଣ କରିଥିଲେ।କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନ ଏସ ଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ କୁମାର ସାମଲ,ସୋମନାଥ ଦାସ ପ୍ରମୁଖ ପରିଚାଳନା କରିଥିଲେ।ଏହି ଅବସରରେ ଅଧ୍ୟାପକ ଭୂପତିଭୂଷଣ ପଣ୍ଡା,ସୁବାସ ଚନ୍ଦ୍ର ମୁଦୁଲି,ନିନୁ,କମଳିନୀ,ଉଷା,ଅମୃତା,ଲମ୍ୟା,ଶିବ,ବାପି,ଅନିଲ ଏବଂ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
