ଜଗତସିଂହପୁର, ୨୮/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାପାଳଙ୍କ କାର୍ଯାଳୟସ୍ଥିତ ସଦଭାବନା ସଭାଗୃହରେ କୃତ୍ରିମ ବୁଦ୍ଧିକୁ କିପରି ବ୍ୟବହାର କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଇଂରାଜୀ ଭାଷାରୁ ଆଞ୍ଚଳିକ ଭାଷାରେ ଅନୁବାଦ, ଓଡିଶା ଉଚ୍ଚ ନ୍ୟାୟାଳୟ ଭିଡିଓ କନଫରେନ୍ସ୍ ନିୟମ ୨୦୨୦, ସିଭିଲ ପ୍ରୋସିଜିୟର, ଏଡିଆର୍ ନିୟମ ୨୦୦୭ ଏବଂ ମଧ୍ୟସ୍ଥତା ନିୟମ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବି ଡି ଡି ଚନ୍ଦନା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ଅତିଥି ଭାବେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନୀଳିମା ପଣ୍ଡା,
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ, ଉପ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ସିସଟମ୍ ସହାୟିକା ଅପର୍ଣ୍ଣା ମହାରଣା ଯୋଗଦେଇ ଉପସ୍ଥିତ ଥିବା ପୁଲିସ ଅଧିକାରୀଙ୍କୁ ଏହି ଆଇନ ବିଷୟରେ ସଚେତନ କରାଇଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ଓଡିଶା ଉଚ୍ଚ ନ୍ୟାୟାଳୟ ଭିଡିଓ କନଫରେନ୍ସ୍ ନିୟମ ୨୦୨୦ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସେହିପରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ପଣ୍ଡା ଏଡିଆର୍ ନିୟମ ୨୦୦୭ ଏବଂ ମଧ୍ୟସ୍ଥତା ନିୟମ ବିଷୟରେ ମତବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ସିସଟମ୍ ସହାୟିକା ଅପର୍ଣା ମହାରଣା କୃତ୍ରିମ ବୁଦ୍ଧିକୁ କିପରି ବ୍ୟବହାର କରି ସର୍ବଚ ନ୍ୟାୟାଳୟଙ୍କ ରାୟକୁ ଇଂରାଜୀ ଭାଷାରୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ହେବ ଏହି ବିଷୟରେ ବିସ୍ତ୍ରୁତ ଭାବରେ ବୁଝାଇଥିଲେ ।
ଆଇନ ସେଚେତନତା କାର୍ଯ୍ୟକ୍ରମ
