ଏନକାଉଣ୍ଟର : ଆନ୍ତରାଜ୍ୟ ଦୁର୍ଦ୍ଧାନ୍ତ ଲୁଟେରା ମହମ୍ମଦ ନସିଫ ଆହତ

କେନ୍ଦୁଝର,୦୬/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦୁଝର ପୁଲିସ ୨୦ ଦିନ ବ୍ୟବଧାନରେ ପୁଣି ଏନକାଉଣ୍ଟର କରିଛି । ଆନ୍ତରାଜ୍ୟ ଦୁର୍ଦ୍ଧାନ୍ତ ଲୁଟେରା ମହମ୍ମଦ ନସିଫ କୁ ପୁଲିସ ଏନକାଉଣ୍ଟର କରିଛି । ନସିଫ୍ ର ଘର ଝାରଖଣ୍ଡରେ । କେନ୍ଦୁଝର ଓ ମୟୁରଭଂଜ ଜିଲାର ବିଭିନ୍ନ ଥାନାରେ ନସିଫ ନାମରେ ୩୦ ରୁ ଅଧିକ ମାମଲା ରହିଛି । ସେ ବିଭିନ୍ନ ସ୍ଥାନରୁ ଲୁଟତରାଜ କରି ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଲୁଚାଇ ରଖିଥିଲା । ତାକୁ ଗିରଫ କରିବା ପରେ ଭୋର ସମୟରେ ତାକୁ ନେଇ ଜଙ୍ଗଲରେ ରଖିଥିବା ସାମଗ୍ରୀ ଜବତ କରାଯାଇଥିଲା ।  ତେବେ ନସିଫ ସେଠାରେ ଏକ ବନ୍ଧୁକ ମଧ୍ୟ ଲୁଚାଇ ରଖିଥିଲା । ଲୁଚାଇ ରଖିଥିବା ବନ୍ଧୁକ ବାହାରକରି ଖସିଯିବା ପାଇଁ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ସେ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ର ପାଲଟା ଗୁଳି ତା ଡ଼ାହାଣ ଆଣଣ୍ଠୁ ରେ ବାଜିଥିଲା । ତାକୁ ବାକୁ କରି ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ହସପିଟାଲକୁ ନିଆଯାଇଥିଲା । ତା ନିକଟରୁ ଦେଶି ବନ୍ଧୁକ ଟି ଜବତ କରାଯାଇଛି ।
ସୂଚନା ଯୋଗ୍ୟ ୨୦ ଦିନ ପୁର୍ବେ ଅପରାଧୀ ପ୍ରଭାତ ମଲିକ କୁ ଏନକାଉଣ୍ଟର କରାଯାଇଥିଲା ।

Leave a Reply

Your email address will not be published. Required fields are marked *